ଯୁଦ୍ଧଭୂମିର ଗର୍ଭବତୀ ମହିଳା : ଗର୍ଭଯନ୍ତ୍ରଣାରେ ଛଟପଟ ପ୍ରସୂତି ମହିଳା, ହୋଇପାରୁନି ଚିକିତ୍ସା

82

କନକ ବ୍ୟୁରୋ : ଗୋଟିଏ ପଟେ ଯୁଦ୍ଧର ଯନ୍ତ୍ରଣା, ଆଉ ଗୋଟିଏ ପଟେ ପ୍ରସବ ବେଦନା । ଗର୍ଭ ଯନ୍ତ୍ରଣାରେ ଛଟପଛ ହେଉଛନ୍ତି ପ୍ରସୂତି ମହିଳା । ହେଲେ ଚିକିତ୍ସା ହୋଇପାରୁନି । କାରଣ, ବନ୍ଦ ରହିଛି ପ୍ରାୟ ସବୁ ହସ୍ପିଟାଲ୍ । ଯେଉଁ ଗୋଟିଏ ଦୁଇଟି ହସ୍ପିଟାଲରେ ଚାଲିଛି, ତାହା କେତେବେଳେ ବନ୍ଦ ହୋଇଯିବ ତାର ଠିକ୍ ଠିକଣା ନାହିଁ । ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ ପରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ।

ଜାତିସଂଘର ସୂଚନା ଅନୁସାରେ, ଗାଜାରେ ବର୍ତ୍ତମାନ ୫୦ ହଜାର ମହିଳା ଗର୍ଭବତୀ ଅଛନ୍ତି । ଏଥିରୁ ୧୦ ପ୍ରତିଶତ ମହିଳା ଆସନ୍ତା ମାସରେ ନବଜାତ ଶିଶୁଙ୍କୁ ଜନ୍ମଦେବେ । ହେଲେ କେଉଁ ଭଳି ସ୍ଥିତିରେ ନବଜାତ ଶିଶୁ ଜନ୍ମଗ୍ରହଣ କରିବେ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ, ହସ୍ପିଟାଲ ବନ୍ଦ, ଗାଜାରେ ବିଜୁଳି ନାହିଁ, ଲୋକଙ୍କ ପାଖରେ ଖାଇବା ନାହିଁ ।

ଲୋକ ଓଳିଏ ଖାଇଲେ, ଓଳିଏ ଉପାସରେ ରହୁଛନ୍ତି । ଏମିତି କି ବି ପାଣି ମଧ୍ୟ ଭାଗବଣ୍ଟା କରି ଲୋକଙ୍କୁ ପିଇବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କ ସମସ୍ୟା ବଢ଼ିଯାଇଛି । ଯଦି ଅନ୍ତିମ ମୁହୁର୍ତରେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ, ଚିକିତ୍ସା ସେବାର ଆବଶ୍ୟକତା ପଡ଼େ କେମିତି ସ୍ଥିତିର ମୁକାବିଲା କରିବେ ତାକୁ ନେଇ ଆଶା-ଆଶଙ୍କାରେ ରହିଛନ୍ତି ।