ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ରାସ୍ତା ମଝିରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା

198

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ପହଂଚି ପାରିଲାନି ଆମ୍ବୁଲାନ୍ସ । ରାସ୍ତା ମଝିରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା । ଏତିକିରେ ସରିନଥିଲା ପ୍ରସୂତି ମା’ର ଯନ୍ତ୍ରଣା । ରାସ୍ତା ମଝିରେ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଡାକ୍ତରଖାନା ଆସିବାକୁ କୌଣସି ସାଧନ ନଥିଲା । ପହଁଚି ନଥିଲା ଆଂବୁଲାନ୍ସ । ତେଣୁ ନବଜାତ ପୁତ୍ରକୁ ଧରି ପାହାଡ଼ ପାର ହୋଇ ଚାଲି ଚାଲି ପ୍ରାୟ ୩ କିଲୋମିଟରରୁ ଅଧିକ ବାଟ ଆସିଥିଲେ ପ୍ରସୂତୀ ଜଣକ । ଏହା ପରେ ମିଳିଥିଲା ଆମ୍ବୁଲାନସର ସୁବିଧା । ଓଡିଶାର ଉପାନ୍ତ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଳକର ମୁଣ୍ଡ ଗଡ଼ତି ଗାଁରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ନାଲକୋ ଖଣି ଅଚଂଳର ଗାଁ ମୁଣ୍ଡ ଗଡ଼ତିରେ ପ୍ରାୟ ୬୦ଟି ପରିବାର ରହୁଛନ୍ତି । ଗାଁର ସମ୍ବାରୀ ସାଉଁତା ଗର୍ଭ ଯନ୍ତ୍ରଣା ହେବାରୁ ଆଶା କର୍ମୀଙ୍କ ସହଯୋଗରେ ଆମ୍ବୁଲାନସକୁ ଖବର ଦେଇଥିଲେ । ରାସ୍ତା ଖରାପ ଥିବାରୁ ଆମ୍ବୁଲାନସ ପହଂଚି ପାରିନଥିଲା । କୌଣସି ଉପାୟ ନପାଇ ଶେଷରେ ସମ୍ପର୍କୀୟଙ୍କ ସହ ସମ୍ବାରୀ ଅସହ୍ୟ ଗର୍ଭ ଯନ୍ତ୍ରଣା ଭିତରେ ଚାଲି ଚାଲି ନିକଟସ୍ଥ ମାତାଲପୁଟ ମେଡ଼ିକାଲକୁ ବାହାରିଥିଲେ । ଏତିକି ବେଳେ ଅଧବାଟରେ ହୋଇଥିଲା ପ୍ରସବ । ଉପାନ୍ତ ଅଂଚଳରେ ସରକାରଙ୍କ ସ୍ୱାସ୍ଥ୍ୟସେବାର ଅସଲ ମୁଖା ଖୋଲିଦେଇଛି ଏହି ଘଟଣା ।