ପ୍ରକୃତିର ତାଣ୍ଡବରେ କେରଳର ଅବସ୍ଥା ଖୁବ୍ ଶୋଚନୀୟ ହୋଇଯାଇଛି । ବନ୍ୟା କାରଣରୁ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି ଏବଂ ରାଜ୍ୟରେ ୧.୨୫ ଲକ୍ଷ ଲୋକଙ୍କୁ ବିସ୍ଥାପନ କରାଯାଇଛି । ଠାଏଁ ଠାଏଁ ସ୍ଥାନରୁ ବନ୍ୟାବିପନ୍ନଙ୍କୁ ଭାରତୀୟ ସ୍ଥଳସେନା ଏବଂ ଏନଡିଆରଏଫ୍ ଟିମ୍ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରୁଛନ୍ତି । ଦିନରାତି ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । ଏଭଳି ସମୟରେ କେରଳର ପଲ୍ଲକଡ ଜିଲ୍ଲା ଅଗାଲୀରୁ ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଜଣେ ଗର୍ଭବତୀ ମହିଳାଙ୍କୁ ଦଉଡି ସାହାଯ୍ୟରେ ବନ୍ୟାପାଣିରୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି । ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ କିଭଳି ଜଣେ ଗର୍ଭବତୀ ମହିଳାଙ୍କୁ ପାଣି ଉପରୁ ଦଉଡି ସାହାଯ୍ୟରେ ଉଦ୍ଧାର କରାଯାଉଛି । ବନ୍ୟା ପାଣିର ପ୍ରଖର ସ୍ରୋତ ଉପରୁ ମହିଳାଙ୍କୁ ଉଦ୍ଧାର କରିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।
#WATCH Pregnant woman rescued in flood-hit Palakkad district's Agali, in Kerala pic.twitter.com/hWcdvdkPYC
— ANI (@ANI) August 10, 2019
ଆପଣଙ୍କୁ କହିରଖୁଛୁ କେରଳରେ ପୁଣିଥରେ ପ୍ରକୃତିି ନିଜ ତାଣ୍ଡବରୂପକୁ ଦୋହରାଇଛି । ବନ୍ୟାର ଗମ୍ଭୀର ପ୍ରଭାବ ବାଏନାଡ୍ ଏବଂ କୋଝିକୋଡ୍ ଅଞ୍ଚଳରେ ଅଧିକ ଦେଖିବାକୁ ମିଳିଛି । କେରଳରେ ୮ ଟି ଜିଲ୍ଲାରେ ଦୁଇଦିନ ଭିତରେ ଭୁସ୍ଖଳନ ହେବାର ୮୦ ଟି ଘଟଣା ସାମ୍ନାକୁ ଆସିଛି । ମଲ୍ଲପୁରମ୍ ର କାବଲପ୍ପରା ଏବଂ ବାଏନାଡ୍ ରେ ଭୁସ୍ଖଳନ ପରେ ଅନେକ ଲୋକ ଭୂମିତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଏର୍ଣ୍ଣାକୁଲମ୍ , ଇଡୁକ୍କୀ , ପଲକ୍କଡ,ମଲପ୍ପୁରମ୍ , କୋଝିକୋଡ୍ ଏବଂ ବାଏନାଡ୍ ସମେତ ଅନେକ ଜିଲ୍ଲାରେ ଭୀଷଣ ବର୍ଷାକୁ ନେଇ ରେଡ୍ ଆଲର୍ଟ ଜାରୀ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/PregnantWoman.jpg)