ତାଲିବାନିଙ୍କ ଆଉ ଏକ ବର୍ବରତା, ଅନ୍ତଃସତ୍ତ୍ୱା ମହିଳା ପୋଲିସ ଅଧିକାରୀଙ୍କୁ ବିଭତ୍ସ ହତ୍ୟା।

ତାଲିବାନିଙ୍କ ଆଉ ଏକ ବର୍ବରତା, ଅନ୍ତଃସତ୍ତ୍ୱା ମହିଳା ପୋଲିସ ଅଧିକାରୀଙ୍କୁ ବିଭତ୍ସ ହତ୍ୟା।

କନକ ବ୍ୟୁରୋ: ତାଲିବାନିଙ୍କ ଆଉ ଏକ ବର୍ବରତା। ଆଫଗାନିସ୍ତାନ ଗୋର୍ ପ୍ରଦେଶର ରାଜଧାନୀ ଫିରୋଜକୋରେ ଜଣେ ଅନ୍ତଃସତ୍ତ୍ୱା ମହିଳା ପୋଲିସ ଅଧିକାରୀଙ୍କୁ ଅତି ବିଭିତ୍ସ ଭାବେ ଭାବେ ହତ୍ୟା କରିଛନ୍ତି ତାଲିବାନି ଆତଙ୍କବାଦୀ ।ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ସୂଚନା ମୁତାବକ, ବନୁ ନେଗର ନାମକ ମହିଳାଙ୍କୁ ରାତି ସମୟରେ ଘରୁ ଘୋଷାଡି ଆଣି ତାଙ୍କ ସ୍ୱାମୀ ଓ ପୁଅ ଆଗରେ ଗୁଳି ମାରି ହତ୍ୟା କରିବା ପରେ ତାଙ୍କ ମୁହଁକୁ ବିକୃତ କରିପକାଇଥିବା ତାଙ୍କ ପରିବାର ଲୋକେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ବିବିସି ରିପୋର୍ଟ ମୁତାବକ, ସ୍ଥାନୀୟ କାରାଗାରରେ କାମ କରୁଥିବା ନେଗର ଆଠ ମାସର ଅନ୍ତଃସତ୍ତ୍ୱା ଥିଲେ । ଏବେ ତାଲିବାନ୍ ମୁଣ୍ଡ କାଟ ଅଭିଯାନ ଚଳାଇଥିବାବେଳେ ନେଗରଙ୍କୁ ଏଭଳି ହତ୍ୟା ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୃତ ନେଗରଙ୍କ ରକ୍ତ ରଂଜିତ ଶରୀର ଚଟ୍ଟାଣ ଉପରେ ପଡିଥିବାର କିଛି ଫଟୋ ମଧ୍ୟ ସ୍ଥାନୀୟ ଅଂଚଳରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ପାଖରେ ଦୁଇ ରକ୍ତଲଗା ସ୍କୃ ଡ୍ରାଇଭର ମଧ୍ୟ ଦେଖିବାକୁ ମିଳିଛି ।

publive-image

ମହିଳାଙ୍କୁ ଅଧିକାର ଦେବା କଥା ତାଲିବାନ କହୁଥିଲେ ବି ମହିଳାଙ୍କ ଉପରେ ଏହାର ବର୍ବରତା ସାରା ବିଶ୍ୱକୁ ଅଜଣା ନାହିଁ । ଏହା ପୂର୍ବରୁ ମଧ୍ୟ ମହିଳାଙ୍କ ଉପରେ ତାଲିବାନର ଆଉ ଏକ ବର୍ବରକାଣ୍ଡର ଖବର ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲା । ଅଗଷ୍ଟ ମାସରେ ଫିଲ୍ମ ମେକର ସବା ସାହିର ଓ ଆଫଗାନ ମହିଳା ନେତ୍ରୀ ଫୌଜିଆ କୁଫିଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ହେଲେ ଏ ଦୁହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ । ୨୦୦୧ ପୂର୍ବରୁ ଥିବା ତାଲିବାନି ଶାସନ କାଳରେ ଘାଜନୀ ପ୍ରଦେଶର ଖତିରା ବେଗମ୍ ନାମକ ୩୩ ବର୍ଷିୟା ମହିଳାଙ୍କୁ ମଧ୍ୟ ଅତି ଦୟନୀୟ ଭାବେ ଆକ୍ରମଣ କରିଥିଲେ ତାଲିବାନି । ପରିବାର ଭରଣ ପୋଷଣ କରିବାକୁ ସେ ଚାକିରି କରୁଥିବାରୁ ତାଙ୍କୁ ଆକ୍ରମଣ କରି ତାଙ୍କ ଶରୀରକୁ ଏକାଧିକ ଥର ମାରଣାସ୍ତ୍ରରେ କ୍ଷତ ବିକ୍ଷତ କରିପକାଇବା ସହ ତାଙ୍କ ଆଖିକୁ ତାଡିଦେଇଥିଲେ । ସେତେବେଳେ ଖାତିରା ମଧ୍ୟ ଅନ୍ତଃସତ୍ତ୍ୱା ଥିବା ରଏଟର୍ସରେ ପ୍ରକାଶ ପାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe