ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା ! ମିଳିଲାନି ଆମ୍ବୁଲାନ୍ସ କିମ୍ବା ଷ୍ଟ୍ରେଚର, କାନ୍ଧରେ ବୋହି ହସ୍ପିଟାଲ ପହଞ୍ଚାଇଲେ ଏହି ପୁଲିସ କର୍ମୀ ।

ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା ! ମିଳିଲାନି ଆମ୍ବୁଲାନ୍ସ କିମ୍ବା ଷ୍ଟ୍ରେଚର, କାନ୍ଧରେ ବୋହି ହସ୍ପିଟାଲ ପହଞ୍ଚାଇଲେ ଏହି ପୁଲିସ କର୍ମୀ ।

www.manoramanews.com

ହାଥରସ ସିଟିର ଏସଓ ଜିଆରପି ସୋନୁ କୁମାରଙ୍କୁ ଶୁକ୍ରବାର ମଥୁରାର ଏକ ଅଦାଲତରେ ପହଞ୍ଚିବାର ଥିଲା। ସେ ଯେମିତି ହିଁ ମଥୁରା କେଣ୍ଟ ଷ୍ଟେସନରେ ଓହ୍ଲାଇଛନ୍ତି ସେଠାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଉଥିବା ଏକ ଅନ୍ତସତ୍ତ୍ୱା ମହିଳାଙ୍କୁ ଦେଖିବାକୁ ପାଇଥିଲେ। ଯିଏକି ହସ୍ପିଟାଲ ଯିବା ପାଇଁ ସାଧନ ଖୋଜୁଥିଲା। ସେ ତୁରନ୍ତ ସେହି ମହିଳା ପାଖରେ ଦେବଦୂତ ସାଜି ପହଞ୍ଚି ଯାଇଥିଲେ। ମହିଳାଙ୍କୁ କାନ୍ଧରେ ଉଠାଇ ହସ୍ପିଟାଲ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମହିଳା ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ମା’ ଓ ଶିଶୁଙ୍କ ଅବସ୍ଥା ଏବେ ସ୍ଥିର ଅଛି ବୋଲି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ପୁଲିସ ବାବୁ ଅନ୍ତସତ୍ତ୍ୱା ମହିଳାଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଏହାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

publive-image

ସୂଚନାଯୋଗ୍ୟ, ମହିଳାଙ୍କ ନାମ ଭାବନା ଓ ସେ ଫରିଦାବାଦରେ ବସବାସ କରନ୍ତି। ଶୁକ୍ରବାର ନିଜ ସ୍ୱାମୀ ମହେଶ ସହିତ ହାଥରସରୁ ଫରିଦାବାଦ ଯାଉଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ମହେଶଙ୍କ କହିବାନୁସାରେ, ଆମେ ମଥୁରା କେଣ୍ଟ ଷ୍ଟେସନରେ ଓହ୍ଲାଇଥିଲୁ। ହଠାତ୍ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେଠାରେ ଆମେ ନୂଆ ଥିଲୁ, ଅନେକ ଲୋକଙ୍କୁ ସହାଯ୍ୟ ମାଗିଥିଲୁ କିନ୍ତୁ କେହି ଅଟକି ନଥିଲେ। ସେତେବେଳେ ସୋନୁ ସାର୍ ଆମ ପାଖକୁ ଦେବଦୂତ ସାଜି ଆସିଥିଲେ, ସେ ପ୍ରଥମେ ଆମ୍ବୁଲାନ୍ସକୁ ଫୋନ୍ କରି ଡକାଇଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ସୋନୁ ସାର ଏକ ଅଟୋ ରିକ୍ସାର ବନ୍ଦୋବସ୍ତ କରି ଆମକୁ ହସ୍ପିଟାଲରେ ପହଞ୍ଚାଇ ଥିଲେ। କିନ୍ତୁ ସେଠାରେ ଡାକ୍ତର କହିଥିଲେ କି ଭାବନାକୁ ମହିଳା ହସ୍ପିଟାଲ ନେବାକୁ ପଡ଼ି, ଯାହା ୧୦୦ମିଟର ଦୂରରେ ଥିଲା। ଏସଓ ସୋନୁ ସମୟ ବିଳମ୍ବ ନକରି ତୁରନ୍ତ ମହିଳାଙ୍କୁ କାନ୍ଧରେ ଉଠାଇ ମହିଳା ହସ୍ପିଟାଲ ଆଡକୁ ଚାଲିଲେ। ଯେଉଁଠାରେ ଭାବନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe