କନକ ବ୍ୟୁରୋ: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆସିପାରିଲାନି ଆମ୍ୱୁଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବିରକାଲଡିହି ପଞ୍ଚାୟତ ଡୁଙ୍ଗିନାଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ । ଗାଁର ମଙ୍ଗଳୁ ଟପ୍ପୋଙ୍କ ସ୍ତ୍ରୀ ଆସୀମା ଲାକ୍ରା ହଠାତ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱାମୀ ମଙ୍ଗଳୁ ଆଶା ଦିଦିଙ୍କୁ ଯୋଗାଯୋଗ କରି ୧୦୨ ଆମ୍ବୁଲାନ୍ସକୁ ଡକାଇ ଥିଲେ । ହେଲେ ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ପାହାଡ ଉପରେ ଅଟକି ରହିଥିଲା ଆମ୍ୱୁଲାନ୍ସ । ପରେ ଗ୍ରାମବାସୀ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ ।