ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

କନକ ବ୍ୟୁରୋ: ପୁଣି ସମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଦୁଃଖ । ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ୩ କିମି ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା ।

publive-image

ତେବେ ଅନ୍ୟ କୌଣସି ଉପାୟ ନପାଇଁ ଶେଷରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ ଗାଁ ଲୋକେ । ଖଟିଆରେ ଆଣିବା ବେଳେ ରାସ୍ତାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା । ସେଠାରୁ ୧୦ କିଲୋମିଟର ଆମ୍ବୁଲାନ୍ସରେ ନେବା ପରେ ଡ଼ଙ୍ଗାସିଲ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଉଭୟ ମା’ ଓ ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe