କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ଅନ୍ତର୍ଗତ ନୂଆଗୁଡ଼ା ଗାଁର । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଅଧାରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ମେଡ଼ିକାଲ ନେବା ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ । ଆମ୍ବୁଲାନ୍ସ ଆସିବା ତ ଦୂରର କଥା ଗାଁକୁ ଅଟୋ ବି ଆସି ପାରିନଥିଲା ।

Advertisment

ଫଳରେ ପରିବାର ଲୋକେ ବାଧ୍ୟ ହୋଇ ନୂଆଗୁଡ଼ାରୁ ପଡାଲଗୁଡ଼ା ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଭାରାରେ ବୋହି ନେଇଥିଲେ । ସେଠାରେ ଅଟକି ରହିଥିବା ଆମ୍ବୁଲାନ୍ସରେ ପଟାଙ୍ଗୀ ମେଡ଼ିକାଲକୁ ନେଇଥିଲେ । ଗତ କିଛି ଦିନ ହେଲାଣି ରାଜ୍ୟରେ ବର୍ଷା ଲାଗିରହିଛି । ଆଉ ବର୍ଷା ଯୋଗୁଁ ମାଟି ରାସ୍ତା ମଧ୍ୟ ପାଣି କାଦୁଅରେ ଭର୍ତ୍ତି ହୋଇଛି । ସେହି ପାଣି କାଦୁଅ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ଭାରାରେ ପରିବାର ଲୋକ ବୋହି ନେଇଥିଲେ।