କନକ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ଭଦ୍ରକ- ଚାନ୍ଦବାଲି ନାଉଗୋରାଡ଼ା ଛକରେ ପଛପଟୁ ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି । ଘଟଣାରେ ପତ୍ନୀ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି ।
ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ୪ ଘଂଟା କାଳ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ସୂଚନା ଅନୁସାରେ ଚାନ୍ଦବାଲି ହସ୍ପିଟାଲରେ ଡାକ୍ତରଙ୍କୁ ପତ୍ନୀଙ୍କୁ ଦେଖାଇବା ପରେ ଅଲଟ୍ରାସାଉଣ୍ଡ ପାଇଁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/13-5.jpg)