ମିଳିଲା ଝଞ୍ଜାବତୀ ନଦୀରେ ଭାସିଯାଇଥିବା ଗର୍ଭବତୀ ମା’ର ମୃତଦେହ, ଏବେବି ନିଖୋଜ ୫ ବର୍ଷର ଝିଅ ; ଖୋଜୁଛନ୍ତି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍

Advertisment
ମିଳିଲା ଝଞ୍ଜାବତୀ ନଦୀରେ ଭାସିଯାଇଥିବା ଗର୍ଭବତୀ ମା’ର ମୃତଦେହ, ଏବେବି ନିଖୋଜ ୫ ବର୍ଷର ଝିଅ ; ଖୋଜୁଛନ୍ତି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଝଞ୍ଜାବତୀ ନଦୀରେ ଭାସିଯାଇଥିବା ଗର୍ଭବତୀ ମା’ର ମୃତଦେହ ଉଦ୍ଧାର ହୋଇଛି । ହେଲେ ଏଯାଏଁ ମିଳିନି ୫ ବର୍ଷ ଝିଅର ପତ୍ତା । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ୭ ଜଣିଆ ଟିମ୍ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳି ପାରିନାହିଁ।

ତାଲଗୁମାଣ୍ଡି ପଞ୍ଚାୟତର ଡକ୍ରିଘାଟି ଗାଁର ମୋତି ତାଡିଙ୍ଗ ନାମକ ମହିଳା ଗର୍ଭବତୀ ଥିବା କାରଣ ରୁ ପ୍ରସବ ସକାଶେ ମା ଗୃହ ରେ ଆଜି ଭର୍ତ୍ତି ହୋଇଥିଲେ। ସନ୍ଧ୍ୟାରେ ଶୌଚ ସକାଶେ ୬ ବର୍ଷର ଝିଅ ସହ ଝଞ୍ଜାବତୀ ନଦୀ କୂଳକୁ ଯାଇଥିଲେ, ନଦୀ କୁଳ ରେ ସେମାନଙ୍କ ଲୁଗା ଓ ଡ୍ରେସ ରହିଥିବା ବେଳେ ସେମାନେ ନିଖୋଜ ଥିବା ନେଇଁ ଜଣାପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe