କନକ ବ୍ୟୁରୋ: ଗର୍ଭବତୀ ହାତୀର ମୃତ୍ୟୁଟ୍ରେଞ୍ଜ ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ । ଅସହ୍ୟ ଯନ୍ତ୍ରଣା ସହି ନପାରି ଆଖି ବୁଜିଛି ହାତୀ । କପ୍ତିପଦା ଏବଂ କୁଲଡିଆ ରେଞ୍ଜ ଅସନଘାଟି ଜଙ୍ଗଲରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଖବର ।
ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ବେଳେ ଟ୍ରେଞ୍ଜ ଗାତରେ ଖସି ପଡ଼ିଥିଲା ଏକ ମାଈ ହାତୀ । ଘଟଣା ଜଣାପଡ଼ିବା ପରେ ବନ ବିଭାଗ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହାତୀକୁ ଗାତରୁ କାଢ଼ିବା ପାଇଁ ଜେସିବି ମେସିନ ମଧ୍ୟ ନିୟୋଜିତ କରାଯାଇଥିଲା । ୪ ଘଂଟା ଧରି ଚାଲିଥିଲା ଅପରେସନ । ତଥାପି ହାତୀର ଜୀବନ ବଂଚାଇ ପାରି ନାହାନ୍ତି ବନ କର୍ମଚାରୀ । ହାତୀର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ବେଳେ ଗର୍ଭବତୀ ଥିବା ଜଣାପଡ଼ିଛି । ତେବେ ବନ ବିଭାଗର ଅବହେଳା ପାଇଁ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/22-29.jpg)