କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା । ମହାମାରୀ ବେଳେ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ଏ ନର୍ସ । ଏ ଫଟୋକୁ ଦେଖିଲେ ଆପଣ ପ୍ରଶ୍ନ ଉଠାଇପାରନ୍ତି, ସେବା କରିବା ତ ନର୍ସର କାମ, ଏଥିରେ ବଡ କଥା କଣ ? ଆଜ୍ଞା ହଁ, ଫଟୋରେ ସିନା ସେବା କରିବାର ଚିତ୍ର ସମସ୍ତେ ଦେଖୁଛନ୍ତି ହେଲେ ଫଟୋ ପଛରେ ଅଛି ମହିଳାଙ୍କ ବିରାଟ ଅବଦାନ ଯାହା ଶୁଣିଲେ ଆପଣ ବି ତାଙ୍କୁ ସାଲ୍ୟୁଟ କରିବେ ।
୪ ମାସର ଗର୍ଭବତୀ ଅଛନ୍ତି, କୋଭିଡ୍ କେନ୍ଦ୍ରରେ ଡ୍ୟୁଟି କରୁଛନ୍ତି । ନିଜ ଗର୍ଭସ୍ତ ସନ୍ତାନ, ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଜାଣିବି ମହାବିପତ୍ତିରୁ ମଣିଷଙ୍କୁ ରକ୍ଷା କରିବାକୁ କରୋନା ସଂକ୍ରମିତଙ୍କ ସେବା କରୁଛନ୍ତି ନର୍ସ ନାନ୍ସି ଆଏଜା ମିସ୍ତ୍ରୀ । ନିଜେ ଗର୍ଭବତୀ ଥାଇ ବି ସୁରଟର ଏକ କୋଭିଡ୍ ସେଣ୍ଟରର ସବୁ ୱାର୍ଡ ବୁଲିବୁଲି ରୋଗୀଙ୍କ ସେବା ଯତ୍ନ କରୁିଛନ୍ତି ସେବାର ସାକ୍ଷତ ଦେବୀ ନାନସି ।
ସବୁଠାରୁ ବଡକଥା ହେଉଛି ରମଜାନ ଚାଲୁଥିବାରୁ ଦିନରେ ନିଜ ଧର୍ମ ପାଳିବା ସହ ସେବା କରିବାରେ ହେଳା କରୁ ନାହାନ୍ତି ନର୍ସ । ମନରେ ପବିତ୍ରତା, ପେଟରେ ପିଲା ଧରି ରୋଜା ଭିତରେ ରୋଗୀ ସେବା କରିଚାଲିଛନ୍ତି । ଦିନକୁ ୧୦ ଘଣ୍ଟା ଅଟଳ କୋଭିଡ କେନ୍ଦ୍ରରେ ଡ୍ୟୁଟି କରୁଥିବା ବେଳେ, ସଙ୍କଟ ସମୟରେ ଲୋକଙ୍କ ସେବା ଠାରୁ ମହାନ କାମ କିଛି ନାହିଁ । ପବିତ୍ର ରମଜାନରେ ଲୋକଙ୍କ ସେବା କରି ମୁଁ ବହୁତ ଖୁସି ବୋଲି କହିଛନ୍ତି ନର୍ସ ନାନ୍ସି ।
କରୋର ପ୍ରଥର ଲହର ବେଳେ ବି ଏହି ହସ୍ପିଟାଲରେ ସୋ ରୋଗୀ ସେବା କରିଛନ୍ତି । ଆଉ ୨ୟ ଲହରରେ ନିଜର ଏମିତି ଏକ ପରିସ୍ଥିତିରେ, ୪ ମାସର ଗର୍ଭବତୀ ଥାଇ ଭୟ ଭିତରେ ଭଲପାଇବା ବାଣ୍ଟୁଥିବାରୁ ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି ।
ତେବେ ଗତ କିଛି ଦିନ ତଳେ ଛତିଶଗଡ ଦାନ୍ତେୱାଡାରେ ଲକଡାଉନ ଡ୍ୟୁଟି କରି ଚର୍ଚ୍ଚାରେ ରହିଥିଲେ ଡିଏସପି ଶିଳ୍ପା ସାହୁ । ୫ ମାସର ଗର୍ଭବତୀ ଥାଇ ବି ସେ ଲୋକଙ୍କ ଜୀବନ ରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଆଉ ଏବେ ସୁରଟର ନର୍ସ ନାନସି ୪ ମାସର ଗର୍ଭବତୀ ଥାଇ କରୋନା ସେଣ୍ଟରରେ ଡ୍ୟୁଟି କରୁଛନ୍ତି । ସତରେ ସଂକ୍ରମଣ ବେଳେ ମହାମାରୀ ସହ ଲଢେଇ ପାଇଁ ନାରୀଶକ୍ତିର ଏ ତ୍ୟାଗ ହୃଦୟ ତରଳେଇ ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/THUMBNAIL-2.jpg)