ସାଳନ୍ଦୀ ନଦୀର ପାଣି ବଢ଼ାଇଲା ଗର୍ଭବତୀଙ୍କ ଦୁଃଖ ! ଆଣ୍ଠୁଏ ପାଣି ଭିତରେ ବୁହା ହୋଇ ହସ୍ପିଟାଲ ପହଂଚିଲେ ପ୍ରସୂତି ।

32

କନକ ବ୍ୟୁରୋ : ଏଭଳି ଏକ ଘଟଣା ଯାହା ସରକାରୀ ବ୍ୟବସ୍ଥା ନେଇ ଉଠାଇଛି ପ୍ରଶ୍ନ । ଗାଁ ରାସ୍ତାରେ ୩ ଫୁଟର ପାଣି । ଆଉ ଆଣ୍ଠୁଏ ପାଣି ଭିତରେ ବୁହା ହେଲେ ପ୍ରସୂତି । ଲଗାଣ ବର୍ଷା ପରେ ଭଦ୍ରକ ଚାନ୍ଦବାଲିରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସାଳନ୍ଦୀ ନଦୀର ପାଣି ଗାଁରେ ପଶିଯିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।

ରାମପୁର ଗାଁ ରାସ୍ତାରେ ୩ ଫୁଟର ପାଣି ଚାଲୁଥିବା ବେଳେ ଜଣେ ପ୍ରସୂତିଙ୍କୁ ଭାରା କରି ମୁଖ୍ୟରାସ୍ତାକୁ ଅଣାଯାଇଥିଲା । ଆଉ ସେଠାରୁ ଏକ ଅଟୋ ଯୋଗେ ମେଡିକାଲ ନିଆଯାଇଥିଲା । ଆଉ ମେଡିକାଲରେ ଏକ ଶିଶୁ ପୁତ୍ର ଜନ୍ମ ଦେବା ପରେ ତାଙ୍କୁ ପୁନଶ୍ଚ ଭାରା କରି ଗାଁକୁ ଅଣାଯାଇଛି । ଗାଁ ଦାଣ୍ଡରେ ପାଣି ଜମି ହୋଇ ରହିଥିବାରୁ ଲୋକେ ଘରୁ ବାହାରକୁ ମଧ୍ୟ ବାହାରିପାରୁନଥିଲେ । ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ରାମପୁର ବାସିନ୍ଦା ।