ଆସୁଛି ପୁଣି ଏକ ବଡ ଝଡ : ଫ୍ଲୋରିଡାକୁ ମାଡି ଆଡି ଆସୁଛି ସାମୁଦ୍ରିକ ଝଡ ‘ଇୟାନ’

469

କନକ ବ୍ୟୁରୋ : ଆମେରିକାକୁ ଆସୁଛି ପୁଣି ଏକ ବଡ ଝଡ । ପ୍ଲୋରିଡାକୁ ମାଡିଆସୁଛି ‘ଇୟାନ୍’ ନାମକ ଏକ ସାମୁଦ୍ରିକ ଝଡ । ଏନେଇ ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସାମୁଦ୍ରିକ ଝଡ ଇୟାନ ଫଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଅନେକ କ୍ଷୟକ୍ଷତି ହେବା ନେଇ ମଧ୍ୟ ଆକଳନ କରାଯାଉଛି । ବର୍ତ୍ତମାନ ଏହି ଝଡ କେମାନ ଦ୍ୱୀପପୁଞ୍ଜ ନିକଟରେ ଅତିକ୍ରମ କରି କ୍ୟୁବାଠୁ ୧୩୦ କିଲୋମିଟର ଦୂରରେ ରହିଛି ।

ଧିରେ ଧିରେ ସମୁଦ୍ର ମଧ୍ୟରେ ଏହା ବଳ ଗୋଟାଇ ଆହୁରି ଶକ୍ତିଶାଳୀ ହେଉଛି । ଏହାର ପ୍ରଭାବରେ ସୋମବାର ରାତିରୁ କ୍ୟୁବାର ଦକ୍ଷିଣ ଉପକୂଳରେ ପବନ ବହିବା ଆରମ୍ଭ କରିଛି । ବୁଧବାର ଫ୍ଲୋରିଡାର ପଶ୍ଚିମ ଉପକୂଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି । ସେପଟେ ସାମ୍ଭବ୍ୟ ଝଡକୁ ଦୃଷ୍ଟିରେ ରଖି ଆଗକୁ ପଦକ୍ଷେପ ନେଇଛି ଫ୍ଲୋରିଡା ପ୍ରଶାସନ । ରାଜ୍ୟରେ ରହୁଥିବା ଲୋକଙ୍କୁ ସର୍ତକ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବଡ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ।