ଦେଢ଼ କ୍ୱିଣ୍ଟାଲର ମୂଲ୍ୟବାନ ପଥର ଜବତ । ଆନୁମାନିକ ମୂଲ୍ୟ ଦେଢ଼ କୋଟି, ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା ।

175

କନକ ବ୍ୟୁରୋ: ରାୟଗଡ଼ାରୁ ୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବିପୁଳ ପରିମାଣର ରତ୍ନ ପଥର ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡ଼ା ସହରର ଜଗନ୍ନାଥ କମ୍ପେ୍ଲକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଂଚ । ଚଢ଼ାଉ ବେଳେ ୨ଟି ଅଖା ବସ୍ତା ଭିତରେ ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ବିଭିନ୍ନ କିସମର ରତ୍ନ ପଥର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ମାମଲରେ ଜଣକୁ ଅଟକ ରଖି କ୍ରାଇମବ୍ରାଂଚ ପଚରାଉଚରା କରିବା ସହ ଗୋଟିଲ କାର ଜବତ କରିଛି ।

ତେବେ କାହିଁକି ସନ୍ଦିଗ୍ଧ ଜଣକ ଏଭଳି ରତ୍ନବାନ ପଥର ଗଚ୍ଛିତ ରଖିଥିଲେ? କେଉଁଠାକୁ ଏହି ମୂଲ୍ୟବାନ ପଥରର ଚୋରାଚାଲାଣ ହେଉଥିଲା? କିଏ ଏହି ମୂଲ୍ୟବାନ ପଥର ସ୍ମଗଲିଂ ପଛରେ ରହିଛି? ବଡ଼ ରାକେଟର ପର୍ଦ୍ଦାଫାସ ହୋଇପାରେ ବୋଲି ଆଶା କରାଯାଉଛି ।