ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ ! ବରଯାତ୍ରୀରେ ନାଚି ପାରିବେ ନାହିଁ ମହିଳା ?

7,398

କନକ ବ୍ୟୁରୋ : ପ୍ରି-ୱେଡିଙ୍ଗ ଫଟୋସୁଟ୍ । ବାହାଘର ପୂର୍ବରୁ ପ୍ରି-ୱେଡିଙ୍ଗ ଫଟୋସୁଟ୍ କରିବା ଏକ ପ୍ରଥା ହୋଇସାରିଲାଣି । ଭାରତୀୟ ବିବାହରେ ବିଶେଷ କରି ଅନେକ ପ୍ରକାରର ରୀତିନୀତିର ପାଳନ କରାଯାଇଥାଏ । ବିବାହ ପୂର୍ବରୁ ଏବଂ ବିବାହ ପରେ ମଧ୍ୟ ଅନେକ ଉତ୍ସବର ଆୟୋଜନ କରାଯାଏ । ବିବାହ ପୂର୍ବରୁ ହଲଦୀ, ମେହନ୍ଦୀ, ସଙ୍ଗୀତ, କକଟେଲ୍ ପାର୍ଟି ଓ ପ୍ରି ୱେଡିଙ୍ଗ ଫଟୋସୁଟ୍ କରାଯାଉଥିବା ବେଳେ ବିବାହ ପରେ ରିସେପସନ୍ ପାର୍ଟି, ପୋଷ୍ଟ ୱେଡିଙ୍ଗ ଫଟୋସୁଟ୍ ଇତ୍ୟାଦି କରାଯାଉଛି ।

କିନ୍ତୁ ଏଣିକି ଆଉ ହେବନି ପ୍ରି-ୱେଡିଙ୍ଗ ଫଟୋସୁଟ୍ । ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ବ୍ୟାନ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭୋପାଳରେ ରହୁଥିବା ଜୈନ ଓ ଗୁଜୁରାଟୀ ସମାଜ ସଂସ୍ଥା ପ୍ରି ୱେଡିଙ୍ଗ ଫଟୋସୁଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆଉ ସବୁଠାରୁ ବଡ କଥା ହେଉଛି, ଏଣିକି ବରଯାତ୍ରୀରେ ଆଉ ନାଚିପାରିବେ ନାହିଁ ମହିଳା । ଜୈନ ଓ ଗୁଜୁରାଟୀ ସମାଜ ସଂସ୍ଥା ଏକ ସର୍କୁଲାର ଜାରି କରି ସମୁଦାୟର ସଦସ୍ୟଙ୍କୁ ଏନେଇ ସୂଚନା ଦେଇଛନ୍ତି । ଏହି ସବୁ ଜିନିଷ ଆମ ସଂସ୍କୃତି ବିରୁଦ୍ଧ ଓ ଆମ ସମାଜରେ ସମସ୍ୟା ସୃଷ୍ଟି କରୁଥିବାରୁ ଏହି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଯାଉଥିବା ନେଇ ସର୍କୁଲାରରେ କୁହାଯାଇଛି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଏହି ନିୟମକୁ ନମାନିବେ ସେମାନଙ୍କୁ ସମୁଦାୟରୁ ବହିଷ୍କାର କରାଯିବ ।

ତେବେ ଦୁନିଆ ଯେତିକି ବଦଳୁଛି, ଧିରେ ଧିରେ ନୂଆ ପ୍ରଥାକୁ ମଧ୍ୟ ସମସ୍ତେ ଆପଣାଇ ନଉଛନ୍ତି । ଆଗାମୀ ଦିନରେ ଏଭଳି ନିଷ୍ପତି କେତେ କାର୍ଯ୍ୟକାରୀ ହେଉଛି, ଏବେ ତାହା ଦେଖିବାକୁ ରହିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.