ପ୍ରି-ଓ୍ବେଡିଙ୍ଗ୍ ଫଟୋସୁଟରେ CAA-NRCକୁ ବିରୋଧ । କେରଳରେ ଦମ୍ପତ୍ତି ନିଜ ପ୍ରି-ଓ୍ବେଡିଙ୍ଗ୍ ଫଟୋସୁଟରେ CAA-NRCକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । କେରଳର ଥିରୁଅନନ୍ତପୁରମର ବାସିନ୍ଦା ଅରୁଣ ଗୋପୀ ଓ ଆଶା ଶେଖର ନିଜ ବିବାହ ପୂର୍ବରୁ ହୋଇଥିବା ପ୍ରି-ଓ୍ବେଡିଙ୍ଗ୍ ଫଟୋସୁଟ୍ କରିଛନ୍ତି । ତେବେ ଚର୍ଚ୍ଚାର ବିଷୟ ହେଉଛି ଫଟୋସୁଟରେ CAA-NRCକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । First look photography ଫେସବୁକ୍ ପେଜରେ ଏହି ଫଟୋ ସେୟାର କରାଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ବି ଏହି ସବୁ ଫଟୋ ଭାଇରାଲ ହେବାକୁ ଲାଗିଛି ।

Advertisment

publive-image

ଆଶା ଓ ଅରୁଣଙ୍କ ବିବାହ ୩୧ ଜାନୁଆରୀ ୨୦୨୦ ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦୁଇ ଦମ୍ପତ୍ତି ଫଟୋସୁଟ କରି ସିଏଏ-ଏନଆରସିକୁ ବିରୋଧ କରିଛନ୍ତି । ଫେସବୁକରେ ସେୟାର କରି ଫଟୋ ତଳେ ‘ଆମେ ଦେଶ ସହିତ ଅଛୁ, ଏଥିପାଇଁ ଦେଶକୁ ମଧ୍ୟ ସହଯୋଗ କରିବା ଆବଶ୍ୟକ’ର କ୍ୟାପ୍ସନ୍ ରହିଛି । ସଂସଦର ଉଭୟ ଗୃହରେ ନାଗରିକତା ସଂଶୋଧନ ବିଲ୍ ପାସ୍ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି । ଦେଶରେ CAA-NRCକୁ ବିରୋଧ କରି ପୋଡାଜଳା ଓ ହିଂସା ଦେଖାଦେଇଛି । କିନ୍ତୁ ଏହି ଦମ୍ପତ୍ତି ନିଆରା ଢଙ୍ଗରେ ଶାନ୍ତିିପୂର୍ଣ୍ଣ ଭାବରେ ଫଟୋସୁଟ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ସେୟାର୍ କରାଯାଇଥିବା ଏହି ଫଟୋରେ NO CAA, NO NRC ଲେଖି ସେୟାର କରିଛନ୍ତି ।