କନକ ବ୍ୟୁରୋ : ପିପିଲିି ଉପନିର୍ବାଚନ ପୂର୍ବରୁ ଡେଲାଙ୍ଗ ବ୍ଲକ ବ୍ରାହ୍ମଣବାଡରେ ନିର୍ବାଚନୀ ହିଂସାରେ ୨ଜଣ ଗିରଫ ହୋଇଛନ୍ତି । ଏହାପରେ ସମ୍ପୃତ ଅଂଚକୁ ୫ଜଣ ବରିଷ୍ଠ ପୋଲିସ ଅଧିକାରୀ ସମେତ ୩ ପ୍ଲାଟୁନ ଫୋଲିସ ଫୋର୍ସ ମୃତୟନ କରାଯାଇଛି । କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୁରୀ ଏସପି ଡେଲାଙ୍ଗ ଅଂଚଳରେ କଡ଼ା ନଜର ରଖିଛନ୍ତି । ଗତକାଲି ରାତିରେ ନିର୍ବାଚନ ପ୍ରଚାରବେଳେ ବିଜେଡି –ବିଜେପି ମୁହାଁମୁହିଁ ହୋଇଛନ୍ତିି ।
ପ୍ରଚାର କ୍ଷେତ୍ର ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା । ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର କିଛି ଆହତ ହୋଇଛନ୍ତି । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରତିବାଦରେ ବିଜେଡି ଓ ବିଜେପି ରାସ୍ତାରୋକ କରିଥିଲେ । ଆକ୍ରମଣ ନେଇ ବିଜେଡି ଓ ବିଜେପି ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।
ଏପରିକି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେ ବସିଥିବା ଗାଡିର କାଚ ଭାଙ୍ଗିଯାଇଛି । କିଛି ବିଜେଡି କର୍ମୀ ଆହତ ହୋଇ ଡେଲାଙ୍ଗରେ ଭର୍ତି ହୋଇଥିବା ଖବର ପାଇ ସେମାନଙ୍କୁ ଭେଟିବାକୁ ଯାଇଥିଲେ ମନ୍ତ୍ରୀ । ଆହତ ବିଜେଡି କର୍ମୀଙ୍କୁ ଭେଟି ଫେରିବା ସମୟରେ ମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।