ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା : ୭ଟି ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା । ଘଂଟାକୁ ୩୦ରୁ ୪୦ କି.ମି ବେଗରେ ପବନ ବହିବା ଆଶଙ୍କା

Advertisment
ଲଘୁଚାପ ଦୁର୍ବଳ ହେବା ପରେ ଘୂର୍ଣ୍ଣିବଳୟ ଆଣିବ ବର୍ଷା : ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ

କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଉପକୂଳ ଓଡିଶାରେ ପ୍ରବଳ ବର୍ଷା ପବନ ବହିବା ନେଇ କହିଛି ଆଂଚଳିକ ପାଣି ପାଗ କେନ୍ଦ୍ର । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଓ ମୟୁରଭଂଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

mahakalpada

ସୂଚନା ମୁତାବକ, ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଗତକାଲି ସତର୍କ ସୂଚନା ଜାରି କରିଛି । କେତେକ ସ୍ଥାନରେ କୁଆପଥର ପଡ଼ିବା ସହ ବର୍ଷା ସମ୍ଭାବନା ରହିଛି । ତେଣୁ ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଓ ମୟୁରଭଂଜରେ ଆଦି ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା। ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛିସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳ ଉପକୂଳବର୍ତ୍ତୀ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ବର୍ଷା ହେବ ବୋଲି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe