ବାଲିଗୁଡ଼ାରେ ପ୍ରାକ୍ ନିର୍ବାଚନୀ ହିଂସା ! ମହିଳା ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନେଇ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ, ଘର ଭଙ୍ଗାରୁଜା

 ୨ ଦଳ ପକ୍ଷରୁ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ

103

କନକ ବ୍ୟୁରୋ : ବାଲିଗୁଡ଼ାରେ ପ୍ରାକ୍ ନିର୍ବାଚନୀ ହିଂସା । ତୁମୁଡିବନ୍ଧ ବ୍ଳକର ଗୁମା ଗ୍ରାମ ପଂଚାୟତରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ବିଜେପି ସମର୍ଥିତ ଆଦିବାସୀ ମହିଳା ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ସେହି ମହିଳାଙ୍କୁ ବିଜେଡି କର୍ମୀମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଦୁଇ ଦଳ ପକ୍ଷରୁ ଦୁଇଟି ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।