କେମିତି ରହିବ ବଜେଟର ରୂପରେଖ? ବସିଲା ପ୍ରାକ୍ ବଜେଟ ପରାମର୍ଶ ବୈଠକ, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପିତ ହେବ ଚଳିତ ଆର୍ଥିକ ବର୍ଷ ବଜେଟ୍ ।

228

କନକ ବ୍ୟୁରୋ: ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ । ଏଥିପାଇଁ ଭୁବନେଶ୍ୱର ଅତିଥି ଭବନରେ ଆଜି ବସିଛି ପ୍ରାକ୍ ବଜେଟ ପରାମର୍ଶ ବୈଠକ । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅଧ୍ୟକ୍ଷତାରେ ବୈଠକ ବସିଛି । ଅର୍ଥ ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥବିଶେଷଜ୍ଞ ଉପସ୍ଥିତ ଅଛନ୍ତି । କେମିତି ରହିବ ରାଜ୍ୟ ବଜେଟର ରୂପରେଖ ସେନେଇ ବୈଠକରେ ଆଲୋଚନା ଚାଲିଛି ।

ଅନ୍ୟପଟେ ଚଳିତ ବାର୍ଷିକ ବଜେଟ୍ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି କରିଥିଲେ । ୨୦୨୦-୨୧ ବାର୍ଷିକ ବଜେଟ୍ କିଭଳି ହେବା ଦରକାର, ଏନେଇ ଜନସାଧାରଣଙ୍କ ଠାରୁ ଜାନୁୟାରୀ ୧୫ ଅର୍ଥାତ୍ ଆଜି ସୁଦ୍ଧା ମତାମତ ଲୋଡିଥିଲେ । ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ କି, ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ବଜେଟକୁ ଲୋକାଭିମୁଖୀ ଭାବେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରାଜ୍ୟ ସରକାରଙ୍କ ଇ-ମେଲରେ ଦେଇଛନ୍ତି । ଏହାଛଡା ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ଫୋନ ନଂ- ୯୪୩୮୧୬୧୧୧୧କୁ ଏସଏମଏସ କରି ମତାମତ ମଧ୍ୟ ଜଣାଇଛନ୍ତି ଜନସାଧାରଣ ।