ଆସନ୍ତା ୨୮ରେ ବିଧାନସଭାରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ । ସାଧାରଣ ଲୋକଙ୍କ ମତାମତକୁ ଦିଆଯିବ ଗୁରୁତ୍ୱ, ଗତ ବର୍ଷ ଅପେକ୍ଷା ଚଳିତବର୍ଷ ବଢିବ ବ୍ୟୟବରାଦ

81

କନକ ବ୍ୟୁରୋ : କଣ ହେବ ବଜେଟର ରୂପରେଖ । କେଉଁ ଯୋଜନାରେ ହେବ କେତେ ବ୍ୟୟବରାଦ । ଆସନ୍ତା ୨୮ରେ ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ । । ବଜେଟକୁ ନେଇ ବିଭିନ୍ନ ମହଲରୁ ପରାମର୍ଶ ମାଗୁଛନ୍ତି ସରକାର । ଏପରିକି ସାଧାରଣ ଲୋକଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟ ଯେପରି ସାଧାରଣ ଲୋକଙ୍କୁ ଫାଇଦା ପହଞ୍ଚାଇବ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର ।

ଆଉ ଏସବୁ ଭିତରେ ବସିଛି ସରକାରଙ୍କ ପ୍ରାକ୍ ବଜେଟ ବୈଠକ । ଯେଉଁ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ବିଶାରଦ, ଓ ଏକ୍ସପଟ ନିଜର ମତ ପ୍ରକାଶ କରିଛନ୍ତି । ଅର୍ଥ ବିଶାରଦଙ୍କ ମତରେ ଗତଥର ଅପେକ୍ଷା ଚଳିତ ବର୍ଷର ବଜେଟର ପରିମାଣ ଅଧିକ ହେବ । ସରକାର ଆଣିଥିବା କାଳିଆ ଯୋଜନା ଓ ମହିଳାଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମରେ୍ ଅଧିକ ବ୍ୟୟବରାଦ ହେବ ।

ଗତଥର ବଜେଟର ପରିମାଣ ୧ ଲକ୍ଷ ୩୨ ହଜାର ହୋଇଥିଲା । କିନ୍ତୁ ଚଳିତବର୍ଷ ବଜେଟର ପରିମାଣ ୧ ଲକ୍ଷ ୩୫ ହଜାର କୋଟି ହେବ ବୋଲି ଆକଳନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଭିତିଭୂମି ଓ ନିଯୁକ୍ତିକୁ ଅଧିକ ମାତ୍ରାରେ ଫୋକସ କରିଛନ୍ତି ସରକାର । ଅନ୍ୟପଟେ ରାଜସ୍ୱ ଆଦାୟ କିଭଳି ବୃଦ୍ଧି ପାଇବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।