କନକ ବ୍ୟୁରୋ : ସିନ୍ଧୁଙ୍କ ସଫଳତା ପାଇଁ ଚାଲିଛି ପୂଜାର୍ଚ୍ଚନା । ସାରା ଦେଶ ତାଙ୍କଠାରୁ ପଦକ ଆଶା କରିଥିବାବେଳେ ଫାଇନାଲକୁ ଯାଇ ରିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିସାରିଛନ୍ତି । ଏଥର ମିଳିପାରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ।
ଭାରତ ପାଇଁ ଏ ସମ୍ଭାବନା ସୃଷ୍ଟି କରିଛନ୍ତି ଇଣ୍ଡିଆନ୍ ସଟଲର ପିଭି. ସିନ୍ଧୁ। ମହିଳା ସିଙ୍ଗିଲ୍ସ ସେମିରେ ଜାପାନ ପ୍ରତିଯୋଗୀଙ୍କୁ ମାତ୍ ଦେଇଛନ୍ତି ଏହି ଭାରତୀୟ ସଟଲର। ଆଜି ସଂଧ୍ୟାରେ ଫାଇନାଲ୍ ଖେଳାଯିବ। ଭାରତ ପାଇଁ ରୌପ୍ୟ ପଦକ ପକ୍କା ଥିବା ବେଳେ ଆଶା ରହିଛି ସ୍ୱର୍ଣ୍ଣ ପଦକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-19-15h12m32s066.png)