କନକ ବ୍ୟୁରୋ : ଚାଲିଛି ମନ୍ତ୍ର ପାଠ, ପୂଜାର୍ଚ୍ଚନା ଓ ହୋମଯଜ୍ଞ । ତେବେ ଏହି ଯଜ୍ଞ କୌଣସି ପୂଜାପର୍ବାଣୀ ପାଇଁ ନୁହେଁ । ଏହି ମନ୍ତ୍ରପାଠ ଓ ହୋମଯଜ୍ଞ ହେଉଛି ବର୍ଷା ହେବା ପାଇଁ । ଅସହ୍ୟ ଗରମରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଆଉ ଏଥିରୁ ବର୍ତିବା ପାଇଁ ଇନ୍ଦ୍ର ଦେବତାଙ୍କ ଉଦ୍ଦେଶ୍ୟରେ ଏହି ହୋମଯଜ୍ଞ ହେଉଛି । ବୌଦ୍ଧ ଜିଲ୍ଲା ଠିଡ଼ିକାଜୋର ଗାଁରେ ଇନ୍ଦ୍ରଦେବାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା ଚାଲିଛି । ଆଉ ଏହି ପୂଜାର୍ଚ୍ଚନାର ବାଣିଭୂଷଣପୁର ପଞ୍ଚାୟତର ୧୮ଖଣ୍ଡ ଗାଁର ଗ୍ରାମବାସୀ ଏଥିରେ ସାମିଲ ହୋଇଛନ୍ତି ।

Advertisment

ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ପ୍ରତିଦିନ ତାପମାତ୍ରା ୪୨ ଡ଼ିଗ୍ରୀ ଉପରେ ରହୁଛି । ଫଳରେ ଲୋକେ ଅସହ୍ୟ ଗରମ ଅନୁଭୂତ କରୁଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ହୋମଯଜ୍ଞ ପୂଜାପାଠ କରିଛନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି , ପୂର୍ବେ ନିଜ ରାଜ୍ୟରେ ଅନାବୃଷ୍ଟି କାରଣରୁ ରାଜା ଦଶରଥ ଇନ୍ଦ୍ରଙ୍କ ଯଜ୍ଞ କରିଥିଲେ । ପରେ ତାଙ୍କ ରାଜ୍ୟରେ ବର୍ଷା ହୋଇଥିଲା । ତେବେ ଏହି ପରମ୍ପରା ରହିଥିବାରୁ ଯେବେ ଯେବେ ବର୍ଷା ହୁଏନି ଅଂଚଳରେ ଯଜ୍ଞ ହୋଇଥାଏ ବୋଲି ଗ୍ରାମବାସୀ କହିଛନ୍ତି ।