କନକ ବ୍ୟୁରୋ : ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପ୍ରୟାସକାନ୍ତି ସାମଲ ଆଜି ଇଡିରେ ହାଜର ହୋଇଛନ୍ତି । ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଆଜି ଇଡିରେ ହାଜର ହୋଇଛନ୍ତି ।
କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଇଡିରେ ହାଜର ହୋଇଥିଲେ । ଦୀର୍ଘ ଘଂଟା ଧରି ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀ ପଚରାଉଚରା କରିଥିଲେ । ଏହା ପୂର୍ବରୁ ଭୁବନେଶ୍ୱର, ଭଦ୍ରକର ଏକାଧିକ ସ୍ଥାନରେ ରେଡ୍ କରିଥିଲା ଇଡି । ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହା ପରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Screen-Shot-2024-03-05-at-11.10.26-AM.png)