କନକ ବ୍ୟୁରୋ: ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ । ସୋମବାର ପ୍ରୟାଗରାଜଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ବନ୍ଦ କୋଠରୀ ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତକୁ ଦେଖି ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି କହୁଛି ପୋଲିସ । ପ୍ରୟାଗରାଜ ସ୍ଥିତ ବାଙ୍ଘବରୀ ମଠ ଭିତରୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ମୃତ୍ୟୁ ପରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍ କରି ଶୋକପ୍ରକାଶ କରିଛନ୍ତି । ଏଥିସହିତ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
अखिल भारतीय अखाड़ा परिषद के अध्यक्ष पूज्य नरेंद्र गिरी जी का निधन, अपूरणीय क्षति!
ईश्वर पुण्य आत्मा को अपने श्री चरणों में स्थान व उनके अनुयायियों को यह दुख सहने की शक्ति प्रदान करें।
भावभीनी श्रद्धांजलि। pic.twitter.com/wD2JC14LDp
— Akhilesh Yadav (@yadavakhilesh) September 20, 2021
ଗତ କିଛି ଦିନ ହେଲା ଅଖାଡା ପରିଷଦ ଭିତରେ ମତଭେଦ ଲାଗି ରହିଥିଲା । ଯାହାକୁ ନେଇ ମହନ୍ତ ନରେନ୍ଦ୍ର ଗିରି କିଛି ଦିନ ହେଲା ଚିନ୍ତାରେ ଥିବା ଦେଖିବାକୁ ମିଳିଥିଲା । ଏହାପରେ ଆଜି ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ, ପୋଲିସ ଏହି ଘଟଣାକୁ ଆତ୍ମହତ୍ୟା ବୋଲି କହିଛି । ଘର ଭିତରୁ ମହନ୍ତଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଆତ୍ମହତ୍ୟା ପଛରେ କେଉଁ କାରଣ ରହିଛି, ସେନେଇ କୌଣସି ସ୍ପଷ୍ଟତା ଆଗକୁ ଆସିପାରିନି ।