କନକ ବ୍ୟୁରୋ : ସଂଗମ ନଗରୀ ପ୍ରୟାଗରାଜର ଏକ ୬ବର୍ଷର ବାଳିକା ଚେସ୍ ଖେଳରେ ବିଶ୍ୱ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଇଣ୍ଟରନ୍ୟାସନାଲ ଚେସ୍ ଫେଡରେସନ ତରଫରୁ ସାତ ବର୍ଷ ପର୍ଯ୍ୟନ୍ତ ପିଲାଙ୍କର ବିଶ୍ୱ ରାଙ୍କିଙ୍ଗ ତାଲିକା ପ୍ରକାଶ କରିଛି । ଏଥିରେ ପ୍ରୟାଗରାଜର ୬ବର୍ଷିୟ ବାଳିକା ଅନୁପ୍ରିୟା ଯାଦବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଯେଉଁ ବୟସରେ ଅନ୍ୟପିଲାମାନେ ଖେଳନା ଧରି ଖେଳିଥାନ୍ତି ସେହି ବୟସରେ ଅନୁପ୍ରିୟା ସତରଞ୍ଜ ଖେଳରେ ଯେଭଳି ପାରଦର୍ଶିତା ଦେଖାଇଛନ୍ତି ସେଥିରେ ବଡ ବଡ ଖେଳାଳୀମାନେ ମଧ୍ୟ ପଛରେ ପଡିଯିବେ ।

Advertisment

ବିଶ୍ୱ ରାଙ୍କିଙ୍ଗର ଏହି ତାଲିକାରେ ଫ୍ରାନ୍ସର ବୁନି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବାଂଲାଦେଶର ବାରିସା ତୃତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡର ନୁବୀ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିଶ୍ୱର ନମ୍ବର ୱାନ ଖେଳାଳୀ ଅନୁପ୍ରିୟା ବିଶ୍ୱନାଥନ୍ ଆନନ୍ଦଙ୍କୁ ନିଜର ଆଦର୍ଶ ବୋଲି ମାନିଛନ୍ତି ।

ଅନୁପ୍ରିୟା ପ୍ରୟାଗରାଜର ନୈନୀ ଅଞ୍ଚଳରେ ରହୁଛନ୍ତି । ତାଙ୍କର ବାପା ଓ ମା’ ଉଭୟ ଶିକ୍ଷକତା କରନ୍ତି । ଅନୁପ୍ରିୟାଙ୍କ ବଡ ଭଉଣୀ ପ୍ରିୟା ମଧ୍ୟ ଜଣେ ଜଣାଶୁଣା ଚେସ୍ ଖେଳାଳୀ । ଅନୁପ୍ରିୟା ପ୍ରୟାଗରାଜର ପ୍ରତିଷ୍ଠିତ ସ୍କୁଲ ବେଥନୀ କନଭେଣ୍ଟର ପ୍ରଥମ ଶ୍ରେଣୀର ଛାତ୍ରୀ ।