ସଫଳ ଚିଙ୍ଗୁଡ଼ି ଚାଷୀ ପି ଜଗନ୍ନାଥମ । ଗୁଣପୁରରେ ଚିଙ୍ଗୁଡ଼ି ଚାଷରୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି କର୍ମନିଯୁକ୍ତି, ୧୧ ଏକର ଜମିରେ କରୁଛନ୍ତି ମାଛ ସହ ଚିଙ୍ଗୁଡି ଚାଷ । 

235

କନକ ବ୍ୟୁରୋ : ଅବବ୍ୟବହୃତ ଜମିରେ ଚିଙ୍ଗୁଡ଼ି ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଯୋଗାଇଛନ୍ତି ଜଣେ ଚାଷୀ । ଗୁଣପୁରରେ ଚିଙ୍ଗୁଡ଼ି ଚାଷ କରି ସଫଳ ହୋଇ ଉଦାହରଣ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଜିଲ୍ଲାରୁ ଆସିଥିବା ଜଣେ ଯୁବ ଚାଷୀ ପି ଜଗନାଥମ  । ସେ ୧୧ ଏକର ଜମିରେ ବଡ ବଡ ପଖୋରୀ ନିର୍ମାଣ କରି ପଲିକାଲଚର ପଦ୍ଧତିରେ ମାଛ ସହ ଚିଙ୍ଗୁଡି ଚାଷ କରୁଛନ୍ତି  ।

ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲା । ଏଠାକାର ଅଧିବାସୀଙ୍କ ଜୀବନ ଜୀବିକା କହିଲେ ଧାନ ଓ କପା ଚାଷ  । ତେବେ ଏଠାରେ ଚିଙ୍ଗୁଡ଼ି ଚାଷ କରି ସଫଳ ହୋଇ ଉଦାହରଣ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଜିଲ୍ଲାରୁ ଆସିଥିବା ଜଣେ ଯୁବ ଚାଷୀ ପି ଜଗନାଥମ  । ୨୦୦୮ରୁ ସେ ଏଠାରେ ମାଛ ଚାଷ କରିଆସୁଥିବା ବେଳେ ଦେଢ ବର୍ଷ ହେଲା ଚିଙ୍ଗୁଡି ଚାଷ ଆରମ୍ଭ କରିଛନ୍ତି  । ୧୧ ଏକର ଜମିରେ ବଡ ବଡ ପଖୋରୀ ନିର୍ମାଣ କରି ପଲିକାଲଚର ପଦ୍ଧତିରେ ମାଛ ସହ ଚିଙ୍ଗୁଡି ଚାଷ କରୁଛନ୍ତି ଚାଷୀ ଜଣକ । ଆନ୍ଧ୍ରର ଶ୍ରୀକାକୁଲମ ଅମୃତା ହେଚେରିରୁ ସିଡ୍ସ ଆଣି ୱୋନାମିଆ ପ୍ରଜାତିର ଚିଙ୍ଗୁଡ଼ି ଚାଷ କରୁଛନ୍ତି  ।

ଏକର ପିଛା ଚିଙ୍ଗୁଡି ଚାଷ ପାଇଁ ଚାଷୀ ଜଣକ ୩ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ବେଳେ ପ୍ରତି ୪ ମାସରେ ଥରେ ପଖୋରୀରୁ ଚିଙ୍ଗୁଡି ଉତ୍ପାଦନ କରୁଛନ୍ତି  । ଉତ୍ପାଦିତ ଚିଙ୍ଗୁଡିକୁ ଚାଷୀ ଜଣକ ସ୍ଥାନୀୟ ବଜାରକୁ ଯୋଗାଇବା ସହ ଭୁବନେଶ୍ୱର, କଟକ , ରାୟଗଡା, ଭବାନୀପାଟଣା ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ କାକୀନାଡା ପ୍ରମୁଖ ସହରକୁ ରପ୍ତାନି କରାଯାଉଛି । ଯୁବଚାଷୀଙ୍କ ଏହି ସଫଳ ଚିଙ୍ଗୁଡ଼ି ଚାଷ ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଛି  ।