ପ୍ରବୀଣ ନେଟ୍ଟାରୁ ହତ୍ୟା ମାମଲାରେ ଏନଆଇଏକୁ ବଡ ସଫଳତା, ୩ ଅଭିଯୁକ୍ତ ଗିରଫ।

124

କନକ ବ୍ୟୁରୋ: କର୍ଣ୍ଣାଟକ ବିଜେପି ଯୁବ ମୋର୍ଚ୍ଚା ନେତା ପ୍ରବୀଣ ନେଟ୍ଟାରୁଙ୍କ ହତ୍ୟା ମାମଲାରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଜାରିରଖିଛି । ଶନିବାର କର୍ଣ୍ଣାଟକର ଅନେକ ସ୍ଥାନରେ ରେଡ ଜାରି ରହିଥିବା ବେଳେ ତିନି କଥିତ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଛି । ଜଣେ ପ୍ରବକ୍ତା କହିଛନ୍ତି, ଏନଆଇଏ ଦକ୍ଷିଣ କନ୍ନଡ, ହୁବଲୀ. ଏବଂ ମହୀଶୁରର ପାଞ୍ଚଟି ସ୍ଥାନରେ ରେଡ କରିବା ସହ ମହମ୍ମଦ ଇକବାଲ, କେ ଇସ୍ମାଇଲ ସଫି ଏବଂ ଇବ୍ରାହିମ ଶାହଙ୍କୁ ଗିରଫ କରିଛନ୍ତି । ଏ ସମସ୍ତଙ୍କୁ ଦକ୍ଷିଣ କନ୍ନଡର ବିଭିନ୍ନ ଗାଁରୁ ଗିରଫ କରାଯାଇଛି ।

ରେଡବେଳେ ଘରୁ ଡିଜିଟାଲ ଉପକରଣ ଏବଂ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଛି । ବେଲ୍ଲାରୀ ନିବାସୀ ନେଟ୍ଟାରୁଙ୍କୁ ଜୁଲାଇ ୨୬ ତାରିଖରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର କଥିତ କାର୍ଯ୍ୟକର୍ତ୍ତା ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ସେ କହିଛନ୍ତି ଏନେଇ ଜୁଲାଇ ୨୭ରେ ଦକ୍ଷିଣ କନ୍ନଡ ଜିଲ୍ଲାର ବେଲ୍ଲାରୀ ଥାନାରେ ମାମଲା ରୁଜୁ ହୋଇଥିଲା । ଏନଆଇଏ ଅଗଷ୍ଟ ୪ରେ ଏହାର ତଦନ୍ତ ଭାର ହାତକୁ ନେଇଥିଲେ ।