କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । ଉଭୟ ଜିଲ୍ଲା ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରବୀଣ ଭଞ୍ଜଦେଓ । ୨ ଥର ମୋରଡାରୁ ବିଧାୟକ ଥିବା ରାଜପରିବାରର ସଦସ୍ୟ ପ୍ରବୀଣ ବିଜେଡିରୁ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ । ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରବୀଣ କେଉଁ କ୍ୟାମ୍ପକୁ ଯିବେ ତାହା ମଧ୍ୟ ସସପେନ୍ସରେ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପି ଏହି ଆସନରୁ ଆଜି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ସଜ ସଜ ଦଳରେ ମିଶିଥିବା ରାଜକିଶୋର ଦାସଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ପ୍ରବୀଣ ବିଜେଡି କ୍ୟାମ୍ପ ଛାଡିବା ପରେ କଂଗ୍ରେସରେ ଯୋଗ ଦେବେ ନା ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ବିଜେଡିରେ ରାଜକିଶୋର ଦାସ ମିଶିବା ପରେ ବଦଳିଥିଲା ମୟୂରଭଞ୍ଜ ରାଜନୀତି ସମୀକରଣ । ମୟୂରଭଞ୍ଜ ଜିଲ୍ଲାର ଏହି ଗୋଟିଏ ଆସନ ସାଧାରଣବର୍ଗଙ୍କ ଉଦ୍ଦିଷ୍ଟ ଥିବା ବେଳେ ଏହା ଫୋକସରେ ରହି ଆସିଛି । ତେଣୁ ରାଜକିଶୋର ବିଜେଡିରେ ମିଶିବା ନେଇ ଅସନ୍ତୁଷ୍ଟ ଥିଲେ ପ୍ରବୀଣ । ଆଉ ଏହାଭିତରେ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ପ୍ରବୀଣ ଭଞ୍ଜଦେଓ ।