କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ପାଇଁ ଯିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଘେରିଲେ ଲୋକେ । ସେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଣୀପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ସ୍ଥାନୀୟ ଲାକେ ବିରୋଧ କରିଥିବା ଭିଡିଓ ଏବେ ଭାଇରାଲ ହେଉଛି । ଲୋକେ କହିଥିଲେ, ଯେଉଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଛି, ସେ ତାଙ୍କ ଅଂଚଳରେ କିଛି କାମ କରିନାହାନ୍ତି ।

Advertisment

ଆକ୍ରୋଶମୂଳକ ଭାବେ ଅଂଚଳର ହିତାଧିକାରୀଙ୍କୁ ବଂଚିତ ରଖିଥିବା କହି ବିରୋଧ କରିଥିଲେ । ଏହା ସହ ବିଜେଡି ସମର୍ଥିତ ସରପଂଚ ଓ ସମିତିସଭ୍ୟଙ୍କୁ ମଧ୍ୟ ଭୋଟ୍ ଦେବେ ନାହିଁ ବୋଲି କହିଥିଲେ । ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ନିର୍ବାଚନୀ ସଭାରେ ପ୍ରଭାତ ବିଶ୍ୱାଳ ଦଳୀୟ ଚିହ୍ନରେ ଭୋଟ୍ ଦେବାକୁ ଅପିଲ କରିଥିଲେ । ଏହା ସହ ଭୋଟ୍ ଦେବାକୁ ଯିବା ପାଇଁ ଅଟୋ ଭଡା ଦେବେ ବୋଲି କହିଥିଲେ ପ୍ରଭାତ ବିଶ୍ୱାଳ ।