ବିରୋଧୀଙ୍କ ପ୍ରେସମିଟରେ ଅଚାନକ ପହଞ୍ଚିଗଲେ ପ୍ରଭାତ ବିଶ୍ୱାଳ: ବିଭିନ୍ନ ପ୍ରସଙ୍ଗର କଥା କଟାକଟି ଓ ଆରୋପ-ପ୍ରତ୍ୟାରୋପ ପରେ ତୁଟିଲା ବିବାଦ

224

କନକ ବ୍ୟୁରୋ: ବିରୋଧୀଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହଠାତ୍ ପଂହଚିଗଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଏଭଳି ଘଟଣା ଘଟିଛି କଟକରେ । କିଛି ଦିନ ତଳେ ପ୍ରଭାତ ବିଶ୍ୱାଳଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ପୋଷ୍ଟର ମରାଯାଇଥିଲା । ଏଥିରେ ପ୍ରଭାତଙ୍କ ବିଷୟରେ ଆପତିଜନକ ମନ୍ତବ୍ୟ ଦିଆଯାଇଥିଲା । ଆଜି ବିରୋଧୀ ଗୋଷ୍ଠୀ ଏ ନେଇ କଟକରେ ସାମ୍ବାଦିକ ସମ୍ମିଳନୀ କଲାବେଳେ ହଠାତ୍ ପଂହଚିଯାଇଥିଲେ ପ୍ରଭାତ ବିଶ୍ୱାଳ । ବିରୋଧୀ ଗୋଷ୍ଠୀଙ୍କ ସହ ପୂର୍ବତନ ବିଧାୟକଙ୍କ ମଧ୍ୟରେ କଥା କଟାକଟି ଓ ଆରୋପ-ପ୍ରତ୍ୟାରୋପ ହୋଇଥିଲା । ତେବେ ପରେ ବିବାଦ ତୁଟିଛି । ଉଭୟ ବିରୋଧୀ ଗୋଷ୍ଠୀ ଓ ପ୍ରଭାତ ବିଶ୍ୱାଳ କଟକ-ଚୌଦ୍ୱାର ପାଇଁ ମିଳିମିଶି କାମ କରିବେ ବୋଲି ନିଷ୍ପତି ନେଇଛନ୍ତି । ପୂର୍ବରୁ ମାମଲା ଥାନାକୁ ଯାଇଥିଲା । ଏବେ ଏହା ପ୍ରତ୍ୟାହାର ହେବ ବୋଲି ଜଣାଯାଇଛି ।