‘ସ୍ପିରିଟ’ରେ ପ୍ରଭାସ: ନବରାତ୍ରୀରେ ଘୋଷଣା କଲେ ଟାଇଟଲ

165
କନକ ବ୍ୟୁରୋ: ନବରାତ୍ରର ପ୍ରଥ ଦିନରେ ୨୫ ତମ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ । ଆଗକୁ ସେ ବହୁଭାଷୀ ଫିଲ୍ମ ‘ସ୍ପିରିଟ’ରେ ନଜର ଆସିବେ । ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ହିନ୍ଦୀ ସହ ଅନ୍ତର୍ଜାତୀୟ ଭାଷା ଜାପାନିଜ୍, କୋରିଆ ଓ ଚାଇନିଜ୍ ଭାଷାରେ ମଧ୍ୟ ରିଲିଜ୍ ହେବ ଏହି ଫିଲ୍ମ ।
ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ଭାଙ୍ଗା ଦେଇଥିବାବେଳେ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛି ଟି- ସିରିଜ । ଏହା ପ୍ରଭାସଙ୍କର ୨୫ ତମ ଫିଲ୍ମ  । ଏହାର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ । ବକ୍ସ ଅଫିସରେ ଏହା ସଫଳତା ପାଇବ ବୋଲି ଆଶାବାଦୀ ଅଛନ୍ତି ଫିଲ୍ମର କ୍ର୍ୟୁ ମେମ୍ବର୍ସ । ‘ସ୍ପିରିଟ’ ସହ ଆଗକୁ ଯାତ୍ରା ଜାରି ରହିବ ବୋଲି ଫେସବୁକରେ ପୋଷ୍ଟ କରିଛନ୍ତି ପ୍ରଭାସ । ଅର୍ଜୁନ ରେଡ୍ଡିଙ୍କ ସହ କରିଥିବା ସମସ୍ତ ଫିଲ୍ମ ବ୍ଲକ ବଷ୍ଟର ରହିଆସିଛି । ତେଣୁ ଏହି ଫିଲ୍ମ ବି ଧମାକା କରିବ ବୋଲି ସେ ଲେଖିଛନ୍ତି । ଅର୍ଜୁନଙ୍କ ଫିଲ୍ମ ‘କବୀର ସିଂହ’ ରିମେକରେ ମଧ୍ୟ ସନ୍ଦୀପ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ସାହିଦ କପୁରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । ‘ସ୍ପିରିଟ’ ବ୍ୟତୀତ ପ୍ରଭାସଙ୍କ ହାତରେ ରହିଛି ଏକାଧିକ ଫିଲ୍ମ ।  ଏହା ବ୍ୟତୀତ ପୌରାଣିକ ଡ୍ରାମା ‘ ଆଦିପୁରୁଷ’ ପାଇଁ ମଧ୍ୟ ପ୍ରଭାସଙ୍କ ଶୁଟିଂ ଚାଲିଛି । ଏଥିରେ ସୈଫ ଅଲ୍ଲୀ ଖାନ ଓ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ଅଛନ୍ତି ।