କନକ ବ୍ୟୁରୋ: ‘ପଦ୍ମ’ ଧରିଲେ ପ୍ରତ୍ୟୁଷା । ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି କନ୍ଧମାଳ ସାଂସଦ ପ୍ରୁତ୍ୟଷା ରାଜେଶ୍ୱରୀ ସିଂ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ଉପସ୍ଥିତ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜନୀତି ସମୀକ୍ଷକଙ୍କ କହିବା ବୁତାବକ, ବିଜେଡିକୁ ବାଏ ବାଏ କହିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ମୁଡ୍ ଘଣ୍ଟାକେ ଘୋଡ଼ା ଛୁଟିଲା ଭଳି ଦେଖିବାକୁ ମିଳୁଛି । କାରଣ ଆଜି ନୟାଗଡ଼ରେ ବିଶାଳ ସମାବେଶ କରି କଂଗ୍ରେସରେ ସାମିଲ ହେବାପାଇଁ ପୂର୍ବରୁ ସ୍ଥିର ହୋଇଥିବା ଜଣାପଡ଼ିଥିଲା । ଏପରିକି ପ୍ରତ୍ୟୁଷା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଥିବା କହିଥିଲେ ପିସିସି ସଭାପତି । କିନ୍ତୁ ହଠାତ୍ ପ୍ରତ୍ୟୁଷାଙ୍କ ମୁଡ୍ ବଦଳିଲା ଆଉ ‘ହାତ’ ବଦଳରେ ପଦ୍ମ ଧରିଛନ୍ତି ପ୍ରତ୍ୟୁଷା ।
ସେପଟେ ପ୍ରତ୍ୟୁଷା ରାଜେଶ୍ୱରୀ କେଉଁଠାରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ପୂର୍ବରୁ ନୟାଗଡ଼ ବିଧାନଭା କ୍ଷେତ୍ରରୁ ଟିକେଟ୍ ପାଇବା ପାଇଁ ବାରମ୍ବାର ଦାବି କରୁଥିବା ପ୍ରତ୍ୟୁଷାଙ୍କ ପାଇଁ ବିଜେପି ନୟାଗଡ଼ ଦ୍ୱାର ବନ୍ଦ ହୋଇସାରିଛି । କାରଣ ଦଳ ନୟାଗଡ଼ ବିଧାନସଭା କ୍ଷେତ୍ର ପାଇଁ ଇରାନୀ ରାୟଙ୍କୁ ଟିକେଟ୍ ଦେଇସାରିଛି । ତେବେ ବର୍ତ୍ତମାନ ପ୍ରତ୍ୟୁଷାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ଦଳ ସେନେଇ କିଛି ସ୍ପଷ୍ଟ ସଂଙ୍କେତ ମିଳିପାରି ନାହିଁ ।