କନକ ବ୍ୟୁରୋ: ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ଉପନିର୍ବାଚନରେ ବିଜେଡି ଟିକେଟ୍ ମିଳିବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମା ପ୍ରତିଭା ମହାରଥୀ । ତାଙ୍କ ପୁଅ ସହ ସେ ସବୁବେଳେ ଅଛନ୍ତି । ରୁଦ୍ର ପ୍ରତାପ ଏଥର ପିପିଲି ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବ ବୋଲି ପ୍ରତିଭା କହିଛନ୍ତି । ଏଥିସହ ତାଙ୍କ ଆଶୀର୍ବାଦ ସଦାସର୍ବଦା ରୁଦ୍ର ସହିତ ଅଛି ବୋଲି କହିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ତଥା ରୁଦ୍ର ପ୍ରତାପଙ୍କ ମା’ ପ୍ରତିଭା ମହାରଥୀ ।
ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିରେ ଉପନିର୍ବାଚନରେ ହେବାକୁ ଯାଉଛି । ଏଥିପାଇଁ ବିଜେଡି ଟିକେଟ୍ ପାଇବା ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚା ହେଉଥିଲା । ଜଣେ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପ ଥିବାବେଳେ ଅନ୍ୟ ଜଣେ ତାଙ୍କ ପତ୍ନୀ ତଥା ରୁଦ୍ରଙ୍କ ମା ପ୍ରତିଭା ମହାରଥୀ ରହିଥିଲେ । ହେଲେ ବିଜେଡି ସୁପ୍ରିମୋ ଯୁବ ଚେହେରାକୁ ଆଗକୁ ଆଣିବା ସହିତ ରୁଦ୍ର ପ୍ରତାପଙ୍କୁ ପିପିଲିର ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ରୁଦ୍ରପ୍ରତାପଙ୍କୁ ଟିକେଟ୍ ମିଳିବା ପରେ ତାଙ୍କ ମା ପ୍ରତିଭା ମହାରଥୀ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୋଇଥିଲା । ହେଲେ ଏହାପରେ ଆଜି ସେ ଏହି କଥାକୁ କାଟିବା ସହିତ ତାଙ୍କ ପୁଅ ସହ ସେ ଥିବା ନେଇ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-27-23h53m30s2.png)