କନକ ବ୍ୟୁରୋ: ହିନ୍ଦୀ ଭାଷାରେ ରିମେକ୍ ହେବା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ ପାଇଁ ଘୋଷଣା କଲେ ବଲିଉଡ ଅଭିନେତା ଅନୁପମ ଖେର। ଗୋଆରେ ଚାଲିଥିବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହା ଘୋଷଣା କରିଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର। ଖାଲି ସେତିକି ନୁହେଁ, ଏହି ଫିଲ୍ମକୁ ସେ ନିଜେ ପ୍ରଡ୍ୟୁସ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।
ପ୍ରତୀକ୍ଷା ଫିଲ୍ମର ହିନ୍ଦୀ ରିମେକରେ ଅନୁପମ ଖେର ନିଜେ ହିରୋଙ୍କ ବାପା ଭୂମିକାରେ ଅଭିନୟ କରିବେ । ୫୩ ତମ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଗୋଆ ଠାରେ ଓଡ଼ିଆ ଚଳଚ୍ଚିତ୍ର "ପ୍ରତୀକ୍ଷା" ର ପ୍ରଦର୍ଶନ ପରେ ଭାବବିହ୍ୱଳ ହୋଇପଡିଥିଲେ ଅନୁପମ । ଏହାପରେ ଅନୁପମ ଖେର ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ କରିବା ସହ ବାପା ଭୂମିକାରେ ନିଜେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ନିଶ୍ଚିତ କରିବା ସହିତ ୧୧ ଶହ ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି । ଗତକାଲି ଏହି ଫିଲ୍ମର ସ୍କ୍ରିନିଂ ଗୋଆରେ ଅନୁଷ୍ଠିତ ହେଇଥିଲା। ତେବେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଆଉ ଏକ ନୂଆ ଇତିହାସର ଫର୍ଦ୍ଦ ଯୋଡି ହେବା ଖବର ନିଶ୍ଚିତ ଭାବେ ଆନନ୍ଦ ଆଣିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/WhatsApp-Image-2022-11-23-at-5.30.39-PM.jpeg)