କନକ ବ୍ୟୁରୋ : ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ ସଫଳତା । ଅଷ୍ଟମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ ବାଲିଶଙ୍କରାର ପ୍ରତୀକ ନାୟକ ।

ପ୍ରତୀକଙ୍କ ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ପ୍ରତୀକଙ୍କ ବାପା ମା ଉଭୟ ଶିକ୍ଷକ ହୋଇଥିବା ବେଳେ ପିଲାଠୁ ବେଳୁ ପ୍ରତୀକଙ୍କର ପାଠପଢା ପ୍ରତି ବେଶ ଆଗ୍ରହ ରହିଥିଲା । ବାଲିଶଙ୍କରା ଭଳି ଉପାନ୍ତ ଅଂଚଳରୁ ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିଥିବା ପ୍ରତୀକ ନିଜ ପାଠପଢା କ୍ୟାରିୟରରେ କେବେ ପଛକୁ ଫେରିଚାହିଁନାହାଁନ୍ତି । ୨୦୨୨ରେ ପ୍ରଥମ ଚେଷ୍ଟାରେ କୃତକାର୍ଯ୍ୟ ହୋଇନଥିଲେ ମଧ୍ୟ ଦୃଢ ମନୋବଳ ଯୋଗୁ ଦ୍ୱିତୀୟ ପ୍ରୟାସରେ ସଫଳତା ଅର୍ଜନ କରିବା ସହିତ ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ପ୍ରତୀକ ୮ମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି ।