ଆଜି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି: ପୋଢୁଅଁ ହେବେ ମହାପ୍ରଭୁ; ଶ୍ରୀଜୀଉଙ୍କୁ ନୂଆ ଲୁଗା ଲାଗି କରିବେ ପାଳିଆ ପୁଷ୍ପାଳକ

ନିଆଳି ନୀଳମାଧବାନନ୍ଦ ମନ୍ଦିରରୁ ଆସିଛି ପୋଢୁଆଁ ଭାର

290

କନକ ବ୍ୟୁରୋ: ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥୀରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ପ୍ରଥମାଷ୍ଟମୀ । ଏଥିପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି । ଭୋଗ ଉତ୍ପପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତ ଅନୁଷ୍ଠିତ ହେବ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରିବେ ।

ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ, ସେବକ ଘଟୁଆରୀ ଚନ୍ଦନ ଘରଠାରୁ ବନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇବେ । ଏହାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୁର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିବେ । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦପନା ହୋଇଥାଏ ।