କନକ ବ୍ୟୁରୋ : ରାତି ପାହିଲେ ପ୍ରଭୁ ଶ୍ରୀ ଜଗନ୍ନାଥ ହେବେ ପଢୁଆଁ । କୋଭିଡ କଟକଣା ଭିତରେ ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ବାହାରିଲା ନବବବସ୍ତ୍ର ଓ ଅଷ୍ଟମୀ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର ,ଲାଗି ହେବ ସୂତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର ।

Advertisment

କେଉଁ ଆବାହାମାନକାଳରୁ ମାଦବ ମନ୍ଦିର ପକ୍ଷରୁ ପୁରୀ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା । କିନ୍ତୁ ଗତ ଦୁଈ ବର୍ଷ ହେଲା ମାଧବ ମନ୍ଦିର ପ୍ରଶାସନ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ବୁଡିଯାଉଥିବା ପରମ୍ପରାକୁ ପୁନଃ ପ୍ରଚଳନ ଉଦ୍ୟମ ଆରମ୍ବ ହୋଇଛି । ଶ୍ରୀଜୀୟୁମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର ବିଭିନ୍ନ ଫଳମୂଳ ,ତୁଳସୀ ,ପଦ୍ମଫୁଲ ମାଳ ନେଇ ଯାଉଛନ୍ତି ।