କନକ ବ୍ୟୁରୋ: ସିନେମା କଳି ଭିତରେ ବଳି ପଡିଗଲା କି ସ୍ୱରାଜଙ୍କ ଅଭୀନିତ ଫିଲ୍ମ ପ୍ରଥା? ପଶ୍ଚିମ ଓଡିଶାରେ ପ୍ରଥାର ପୋଷ୍ଟର ଚିରା ହେବା ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେପଟେ ପ୍ରଥା ସିନେମାର ପ୍ରଯୋଜିକା କହିଛନ୍ତି, ତାଙ୍କୁ ନ୍ୟାୟ ଦରକାର । ଅନ୍ୟପଟେ ଅଭିନେତା ମନୋଜ ମିଶ୍ର ପ୍ରଯୋଜିକା ସାନଲିସାଙ୍କୁ ଭଉଣୀ ସମ୍ବୋଧନ କରି କହିଛନ୍ତି, ପ୍ରଥମେ ଡିଷ୍ଟ୍ରିବ୍ୟୁସନ କଥାକୁ ବୁଝିବା ଆବଶ୍ୟକ । ଏହାରି ଭିତରେ କଳି ଥମିବା ପରିବର୍ତେ ବଢିବାରେ ଲାଗିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଝାରୁସୁଗୁଡାରେ ‘ପ୍ରଥା’ ଫିଲ୍ମର ପୋଷ୍ଟର ଚିରା ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ଶୁକ୍ରବାରଦିନ ପ୍ରିମିୟର ହେବାକୁ ଥିବାବେଳେ ଫିଲ୍ମର ପୋଷ୍ଟରକୁ ଚିରି ଦିଆଯାଇଥିଲା । ଘଟଣା ନେଇ ଫିଲ୍ମର ପ୍ରଯୋଜିକା ସାନଲିସା ପଟେଲ ଥାନାରେ ଏତଲା ଦେଇଥିଲେ । ଆଉ ଏତଲା ଆଧାରରେ ଝାରସୁଗୁଡା ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ୨ ଜଣଙ୍କୁ ଗିରଫ କରିଛି । ପୋଷ୍ଟର ଚିରା ଘଟଣାରେ ଏହି ଦୁଇଜଣ ସାମିଲ ଥିବା ଅଭିଯୋଗ ହୋଇଛି । ପୋଷ୍ଟର ଚିରା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ପ୍ରଯୋଜିକା ସାନ୍ଲିସା ପଟେଲ । ଆଉ ଏବେ ବି ସେ ଏଥିରେ କାଏମ ରହିଛି । ସାନଲିସା କହିଛନ୍ତି, ଗିରଫଦାରୀ ପରେ ମନୋଜ ମିଶ୍ର ତାଙ୍କୁ କମ୍ପ୍ରମାଇଜ କରିବାକୁ କହୁଛନ୍ତି । କିନ୍ତୁ ପୋଷ୍ଟର ଚିରା ଘଟଣାର ମନୋଜଙ୍କ ହାତ ରହିଛି । ପ୍ରଥା ପାଇଁ ତାଙ୍କୁ ନ୍ୟାୟ ଦରକାର ବୋଲି କହିଛନ୍ତି ପ୍ରଥା ପ୍ରଯୋଜିକା ।
ରାଜ୍ୟରେ ଭଲ ଭଲ ଓଡିଆ ଫିଲ୍ମ ହେଉଛି । କିନ୍ତୁ ଡିଷ୍ଟ୍ରିବ୍ୟୁସନ ସମସ୍ୟା ଯୋଗୁଁ ଭଲ ଭଲ ପ୍ରଯୋଜକ ଫିଲ୍ମ କରିବାକୁ ଚାହୁନାହାନ୍ତି । ଓଡିଆ ଫିଲ୍ମ ନେବାକୁ ଡିଷ୍ଟ୍ରିବ୍ୟୁଟର ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ପ୍ରଯୋଜକଙ୍କୁ ପାଉଣା ବି ଦେଉନାହାନ୍ତି । ତେଣୁ ବଡ ବଡ ପ୍ର ଯୋଜକ ଓଡିଆ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ହିନ୍ଦୀ ଫିଲ୍ମ ପ୍ରତି ଓଡିଆ ଡିଷ୍ଟ୍ରିବ୍ୟୁଟର ଆଗ୍ରହ ଦେଖାଉଛନ୍ତି କିନ୍ତୁ ଓଡିଆ ଫିଲ୍ମ ପ୍ରତି ନୁହେଁ । ସାନଲିସା ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ ବୁଝିନାହାନ୍ତି ବୋଲି କହିଛନ୍ତି ମନୋଜ ।
ମନୋଜ ମିଶ୍ର କହୁଛନ୍ତି , ପ୍ରଥାର ପୋଷ୍ଟର ଚିରା ଘଟଣାରେ ତାଙ୍କର କିଛି ହାତ ନାହିଁ । କିନ୍ତୁ ସାନଲିସା କହୁଛନ୍ତି , ମନୋଜଙ୍କ ଜାଣତରେ ଏହା ହୋଇଛି । ଏହାରି ଭିତରେ ପ୍ରଶ୍ନ ଉଠୁଛି, ବିବାଦର ସମାଧାନ ବାହାରିବ ନା ବିବାଦ ଆଗକୁ ବଢିବ?