ଦେଶୀ ବରକୁ ବିଦେଶୀ କନିଆ। ଋଷିଆର ଭେରୋନିକାଙ୍କୁ ବିବାହ କଲେ ୟୁପିର ଅଙ୍କିତ।

191

କନକ ବ୍ୟୁରୋ: ପ୍ରେମର ନା କୌଣସି ସୀମା ଥାଏ ନା ପ୍ରେମ କେବେ ବୟସ ଦେଖେ । କେତେବେଳେ କାହାକୁ ଯେ ପ୍ରେମ ହେଇଯିବ ତାହା କହିବା ଭାରି କଷ୍ଟ । କିଛି ଏଭଳି ଏକ ପ୍ରେମ କାହାଣୀ ହେଉଛି ଉତ୍ତରପ୍ରଦେଶର ଅମିତଙ୍କର । ଅମିତଙ୍କ ପ୍ରେମ ପାଇଁ ସାତ ସମୁଦ୍ରପାର ହୋଇ ଚାଲିଆସିଛନ୍ତି ତାଙ୍କ ଜୀବନସାଥୀ ଭେରୋନିକା । ଠିକ୍ ଶୁଣୁଛନ୍ତି ଆପଣ । ଋଷର ଯୁବତୀ ଭେରୋନିକାଙ୍କ ସହ ଉତ୍ତରପ୍ରଦେଶ ପ୍ରତାପଗଡର ଅମିତଙ୍କ ବିବାହ ଶେଷ ହୋଇଛି । ପୂରା ପରିବାର ସହ ଭେରୋନିକାଙ୍କ ପରିବାର ଭାରତରେ ପହଞ୍ଚିଛନ୍ତି । ଆଉ ରୀତିନୀତିରେ ଉଭୟ ସାତଜନ୍ମ ପାଇଁ ସାଥୀ ହୋଇଛନ୍ତି ।

ଦିଲ୍ଲୀର ଏକ କମ୍ପାନୀରେ କାମ କରୁଥିଲେ ଅମିତ ସିଂହ । ଭେରୋନିକା ମଧ୍ୟ ସେହି କମ୍ପାନୀ ପାଇଁ ଋଷରେ କାମକରୁଥିଲେ । ଏହାରି ଭିତରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଯାଇଥିଲା । ତାପରେ କଥାବାର୍ତ୍ତା ଆଉ ଶେଷରେ ଏହା ଭଲ ପାଇବାରେ ପରିଣତ ହୋଇଗଲା । ଉଭୟ ବିବାହ ପାଇଁ ସହମତ ହେବା ପରେ ଏନେଇ ପରିବାରର ସହ ଆଲୋଚନା କରିଥିଲେ । ଅମିତଙ୍କ ପରିବାର ରାଜି ହୋଇନଥିଲେ । କିନ୍ତୁ ଭେରୋନିକାଙ୍କ ସହ ଥରେ ସାକ୍ଷାତ ପରେ ସମସ୍ତେ ଏଥିପାଇଁ ରାଜି ହୋଇଥିଲେ ।
ବିବାହ ପୂର୍ବରୁ ଭେରୋନିକାଙ୍କ ପରିବାର ଅମିତଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ବିଧି ଅନୁସାରେ ହଳଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ହଲଦୀ କାର୍ଯ୍ୟକ୍ରମରେ ଭୋରନିକାଙ୍କ ସାଙ୍ଗମାନେ ସ୍ଥାନୀୟ ଗୀତରେ ବେସ ନାଚିଥିଲେ । ଭାରତୀୟ ପରମ୍ପରା ଅନୁସାରେ ସହରର ଏକ ହୋଟେଲରେ ସେମାନେ ପରସ୍ପରକୁ ଜୀବନ ସାଥୀ କରିଛନ୍ତି । ଏହି ବିବାହକୁ ସାରା ସହରରେ ବେସ ଖୁସିର ମାହୋଲ ମଧ୍ୟ ଦେଖିବାକୁ ମିଳିଛି ।