ଲେଖାଶ୍ରୀଙ୍କୁ ଜବାବ ଦେଲେ ପ୍ରତାପ ଷଡଙ୍ଗୀ । ତାଙ୍କ ସମ୍ପତ୍ତିର ପ୍ରମାଣ ଦେବାକୁ ଦେଲେ ଆହ୍ୱାନ ।

1,014

କନକ ବ୍ୟୁରୋ: ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଣ୍ଡବାବା ମନ୍ତବ୍ୟ ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଲେଖାଶ୍ରୀଙ୍କୁ ନିର୍ବାଚନୀ ସଭାମଞ୍ଚରେ ଖୋଲା ଆହ୍ୱାନ ଦେବା ସହ ତାଙ୍କ ସମ୍ପତିର ପ୍ରମାଣ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ନୀଳଗିରି ନିର୍ବାଚନ ମଣ୍ଡଳୀର ସନ୍ତରିଗଡ଼ିଆରେ ସଭା କରି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସମାଲୋଚନା କରିଛନ୍ତି ପ୍ରତାପ । ଲେଖାଶ୍ରୀ କୁଆଡ଼େ ପ୍ରତାପ ଷଡ଼ଙ୍ଗୀଙ୍କୁ ଭଣ୍ଡବାବା କହିବା ସହ କୋଠାଘର ଥାଇ ଜାଣିଶୁଣି କୁଡ଼ିଆ ଘରେ ରହୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜବାବ ରଖିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।