କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର । ପ୍ରତାପଙ୍କ ସମେତ ତିନି ଜଣ ଆହତ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର । ପ୍ରତାପଙ୍କ ସମେତ ତିନି ଜଣ ଆହତ ।

କନକ ବ୍ୟୁରୋ: ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଜି କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ପ୍ରତାପ ଷଡଙ୍ଗୀଙ୍ଗ ସମେତ ୩ ଜଣ ଆହତ ହୋଇଛନ୍ତି । ନୀଳଗିରି-ସେରଗଡ ଓ ଉଦଳା ରାଜ୍ୟ ରାଜପଥ ନିକଟ ପୋଡାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ୍ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ବାଡେଇଥିଲେ । ଏହି ସମୟରେ ଗାଡିରେ ଥିବା ଡ୍ରାଇଭର, ପିଏ, ପିଏସଓଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିବା ପରେ ଆହତ କେନ୍ଦ୍ରମନ୍ତ୍ରୀଙ୍କୁ ହସ୍ପିଟାଲ ନିଆଯିବା ସହିତ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe