କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ : ଭୁବନେଶ୍ୱର ଏମ୍ସ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାକୁ କଲେ ଅନୁରୋଧ

71

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ । ଭୁବନେଶ୍ୱର ଏମ୍ସ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାକୁ ଅନୁରୋଧ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ । ଏହା ସହ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି ଜଣାଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଭୁବନେଶ୍ୱର ଏମ୍ସର ଭିତ୍ତିଭୂମି ସୁଦୃଢ ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଖାଲି ପଡ଼ିଥିବା ପଦବୀ ପୁରଣ ପାଇଁ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି । କର୍ମଚାରୀ ଅଭାବ ଯୋଗୁଁ ଏପିଡ଼ି ସେବା ବନ୍ଦ ରହୁଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ । ଏହା ସହ ବାଲେଶ୍ୱର ସାଟେଲାଇଟ କେନ୍ଦ୍ରର ଭିତ୍ତିଭୂମି ସୁଦୃଢ ପାଇଁ ଦାବି ଜଣାଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।