କନକ ବ୍ୟୁରୋ: ସିନେମାର ଏହି ପୋଷ୍ଟର ବୟାନ କରୁଛି, ପ୍ରତାପ ସାମଲଙ୍କ ସହ ଓଲିଉଡର ଲିଙ୍କ୍ । ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ଭାବେ କାମ କରୁଥିବା ପ୍ରତାପ ସାମଲ, ସିନେମାରେ ଟଙ୍କା ଲଗାଉଥିବା ନେଇ ତଥ୍ୟ ଆଗକୁ ଆସିଛି । ଏହି ଫିଲ୍ମରେ ଆଉ ଜଣଙ୍କ ସହ ପ୍ରଯୋଜକ ଅଛନ୍ତି ପ୍ରତାପ ସାମଲଙ୍କ ପତ୍ନୀ ସସ୍ମିତା ସାମଲ । ତେଣୁ ସନ୍ଦେହ ହେଉଛି, କଳା ଟଙ୍କାକୁ ସିନେମାରେ ଲଗାଉଥିଲେ କୁବେର ସରକାରୀ ବାବୁ ପ୍ରତାପ ସାମଲ ।
ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଫେସବୁକ ପ୍ରୋଫାଇଲ୍ ଦେଖନ୍ତୁ, ନିଜକୁ ଓଡିଆ ଫିଲ୍ମ ପ୍ରଯୋଜକ ଭାବେ ପରିଚୟ ଦେଇଛନ୍ତି । ତଳେ ଲେଖିଛନ୍ତି ତାଙ୍କ ପ୍ରଯୋଜନାରେ ତିଆରେ ହୋଇଛି ବାଜି ଓ ନାରୀ ଆଖିରେ ନିଁଆ ଫିଲ୍ମ । ସେହି ଦୁଇଟି ଫିଲ୍ମରେ ତାଙ୍କ ପତ୍ନୀ ସସ୍ମିତା ସାମଲ ଅନ୍ୟଜଣଙ୍କ ସହ ପ୍ରଯୋଜିକା ଅଛନ୍ତି ।
ଟଙ୍କା ହିଁ ଟଙ୍କା ଉପାର୍ଜନ କରିଥାଏ । ଅସାଧୁ ଉପାୟରେ ସଂପତି ବଢାଇବା ଭିତରେ ଏହା ଠିକ୍ ବୁଝି ପାରିଥିଲେ ପ୍ରତାପ ସାମଲ । ସେଇଥି ପାଇଁ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଚଳାଇଥିଲେ ଫିଲ୍ମ ବ୍ୟବସାୟ ।
ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଜେଲ ଯାଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରତାପ ନିଜ ଆୟର ୧୦ ଗୁଣା ସଂପତି ଠୁଳ କରିଥିବା ଭିଜିଲାନ୍ସ କହିଛି । ଏବେ ପତ୍ନୀଙ୍କ ଓଲିଉଡ୍ କନେକ୍ସନ ସାମ୍ନାକୁ ଆସିବା ପରେ ସସ୍ମିତା ସାମଲଙ୍କ ନାଁରେ ମଧ୍ୟ ଦୁର୍ନୀତି ମାମଲା ରୁଜୁ କରିଛି ଭିଜିଲାନ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-11-20h21m58s275.png)