କୋଟିପତି ବାବୁ ପ୍ରତାପଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ଠାରୁ ୧୦୨୧ ଗୁଣା ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।

82

କନକ ବ୍ୟୁରୋ : କୋଟିପତି କୁବେର ତଥା ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ । ପଚରାଉଚରା ପରେ ପ୍ରତାପଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ କରିବା ପରେ ପ୍ରତାପଙ୍କୁ କୋର୍ଟ ଚାଲାଣ କରାଯିବ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ପ୍ରତାପ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ଲଗାତାର ଦୁଇ ଦିନ ହେବ ପ୍ରତାପଙ୍କ ଘେରା ଡେରା ପକାଇଥିଲା ଭିଜିଲାନ୍ସ । ଆଉ ଚଢାଉ ଶେଷ ହେବା ପରେ ମୋଟ ୧୪ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଯାହା ପ୍ରତାପଙ୍କ ଆୟ ଠାରୁ ୧୦୨୧ ଗୁଣା ଅଧିକ ।

ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରିବା ସହ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ କରାଯାଇଛି । ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା ରହିଛି । ୩୩ ବର୍ଷର ଚାକିରି ସମୟରେ ପ୍ରତାପ ୨୫ଟି ଜମି, କୋଠା ଓ ଫ୍ଲାଟର ମାଲିକ ହୋଇଛନ୍ତି । ଗତକାଲି ପ୍ରତାପଙ୍କ ଘରେ ଚଢଉ କରିଥିଲା ଭିଜିଲାନ୍ସ । ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ଠାବ ହୋଇଥିବା ସମ୍ପତିକୁ ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା  । ସରକାରୀ ବାବୁଙ୍କ ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ ବାସୁଦେବପୁରରେ ପ୍ଲଟ ଓ କୋଠା ରହିଛି ।

ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି  । ୨୦ ହଜାର ୩୫୦ ସ୍କୋୟାରଫୁଟ୍ରେ ଏହି ୫ ମହଲା କୋଠା ତିଆରି ହୋଇଛି । ଭିଜିଲାନ୍ସ ଚଢାଉ ବେଳେ ଘରୁ ୩୮ ଲକ୍ଷ ଟଂକା ନଗଦ ଟଙ୍କା ଜବତ ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାର ନଗଦ ଭର୍ତି ବ୍ୟାଗକୁ ଫିଙ୍ଗି ଦେଇଥିଲେ ଏହି ଅଧିକାରୀ  ।

ନଜର ପକାନ୍ତୁ ବର୍ତମାନ ସୁଦ୍ଧ ପ୍ରତାପ ସାମଲଙ୍କ ଘରୁ କଣ ମିଳିଛି  :

– ପ୍ରତାପ ସାମଲଙ୍କ ୨୫ଟି ପ୍ଲଟ ଠାବ

– ୨୫ଟି ପ୍ଲଟର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨

– ସମ୍ପତିର ପ୍ରକୃତ ମୂଲ୍ୟ ଆହରି ଅଧିକ ହେବା ଆକଳନ

– ଭୁବନେଶ୍ୱର ଗୋଠପାଟଣାରେ ୫ ମହଲା କୋଠା

– ୨୦ ହଜାର ୩୫୦ ସ୍କୋୟାରଫୁଟ୍ରେ ୫ ମହଲା କୋଠା

– ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା

– ପ୍ରତାପ ଓ ପରିବାର ନାଁରେ ବ୍ୟାଙ୍କରେ ରହିଛି ଦେଢ କୋଟିରୁ ଅଧିକ ଟଙ୍କା

– ୫୭ ଲକ୍ଷ ୭୨ ୧୫୦ ଟଙ୍କା ବିମା ପ୍ରିମିୟମ୍ ଜମା ହୋଇଛି