ଚର୍ଚ୍ଚାରେ ପ୍ରତାପ ଷଡ଼ଙ୍ଗୀଙ୍କ ଭାଷଣ। ଓଡି଼ଆରେ ବକ୍ତବ୍ୟ ରଖିଲେ ବାଲେଶ୍ୱର ସାଂସଦ।

160

କନକ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନର ସମର୍ଥନରେ ଲୋକସଭାରେ ଅଭିଭାଷଣ ରଖିଥିଲେ ପ୍ରତାପ ଷଡଙ୍ଗୀ । ଆଉ ଚର୍ଚ୍ଚା ବଢାଇଛି ବାଲେଶ୍ୱର ସାଂସଦଙ୍କ ଓଡିଆ ଭାଷଣ । ସ୍ୱଭାବ ସୁଲଭ ଢଙ୍ଗରେ ବେଦକୁ ବ୍ୟାଖ୍ୟାଛନ୍ତି ବାଲେଶ୍ୱର ସାଂସଦ ।

ଫେବ୍ରୁଆରୀ ୭ ତାରିଖରେ ଲୋକସଭାରେ ଏହି ଅଭିଭାଷଣ ରଖିଥିଲେ ବାଲେଶ୍ୱର ସାଂସଦ । ଅତୀତ ଗୌରବକୁ ନେଇ କୌଣସି ଦେଶର ଜନମାନସକୁ କିଭଳି ପ୍ରେରଣା ମିଳେ ସେହି କଥାକୁ ବୁଝାଇଦେବା ପାଇଁ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ କବିତାକୁ ଆବୃତି କରିଥିଲେ ପ୍ରତାପ ଷଡଙ୍ଗୀ ।

ଭାରତର ସମୃଦ୍ଧ ଇତିହାସକୁ ନେଇ ଆମେ କିଭଳି ଗୌରବ ଅନୁଭବ କରିବା କଥା ଓ ତାକୁ ନେଇ ଭବିଷ୍ୟତ ବିକାଶ ପାଇଁ ପ୍ରେରଣା ସଂଗ୍ରହ କରିବା କଥା ସେହି କଥାକୁ ବୁଝାଇ ଦେଇଥିଲେ ପ୍ରତାପ ଷଡଙ୍ଗୀ ।

ଅତୀତର ଉଦାହରଣ ଦେଇ ଭାରତ କିଭଲି ବିଶ୍ୱ ଗୁରୁ ହେବାକୁ ସମର୍ଥ ସେକଥା ବି କହିଛନ୍ତି ବାଲେଶ୍ୱର ସାଂସଦ । ହିନ୍ଦି, ଇଂରାଜୀ, ସଂସ୍କୃତ ଏବଂ ଓଡିଆରେ ଭାଷଣ ରଖି ପୁଣିଥିରେ ସେ ଜଣେ ଭଲ ବାଗ୍ମୀ ବୋଲି ପରିଚୟ ଦେଇଛନ୍ତି ।