କନକ ବ୍ୟୁରୋ : ସମ୍ବଲପୁରରେ ଯେଉଁ ରାଜନୈତିକ ହିଂସା ଦେଖିବାକୁ ମିଳୁଛି ତାହାର ଉତ୍ତର ମଧ୍ୟ ସେଇଠି ଅଛି । ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ କିଛି ନା କିଛି ସେଠି ଝାମେଲା ହୁଏ । କିଏ ଝାମେଲା କରେ ତାହା ରାଜ୍ୟବାସୀ ଜାଣିଛନ୍ତି । ବର୍ତ୍ତମାନର ବିରୋଧୀ ଦଳ ନେତା । ଏଇଟା ଆଜି କା କଥା ନୁହେଁ ବିଗତ ୨୦ ବର୍ଷ ହେବ ଏମିତି କରି ଆସିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ ।
ପ୍ରତାପ ଦେବ କହିଛନ୍ତି, ହନୁମାନ ଜୟନ୍ତୀ ଓ ରାମ ନବମୀରେ ସେଠାରେ ଅସାମାଜିକ କାର୍ଯ୍ୟକ୍ରମ କରି ହିନ୍ଦୁ ମୁସଲିମ ଟେନସେନ ବା ସାମ୍ପ୍ରଦାୟିକ ଟେନସନ କିଏ ସୃଷ୍ଟି କରୁଛି । ନିଜେ ପୂଜାରୀ ବାବୁ ଅଛନ୍ତି ସେଠାକାର ସେ ନିଜେ କୁହନ୍ତୁ ବିଗତ ୧୫ ବର୍ଷ ହେବ ଯେଉଁ ଟେନସନ ହେଉଛି କଣ ବିଜେଡି କରାଉଛି କି ? କେବଳ ବିଜେପି ହିଁ ଏସବୁ କରଉଛି । ଗଣମାଧ୍ୟମ ପାଖରେ ବି ତାହାର ଶହ ଶହ କ୍ଲିପିଂ ଥିବ।
ଜୟନାରାୟଣ ମିଶ୍ର ଏଥର ନଥିଲେ ମଧ୍ୟ ସେ ଯେଉଁ ସଂସ୍ଥା ତିଆରି କରିଛନ୍ତି ସେମାନେ ଏପରି କରୁଛନ୍ତି । କିନ୍ତୁ ବିଜେଡିର ସ୍ପଷ୍ଟ ଆଭିମୁଖ୍ୟ, ଯିଏ ବି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି କିମ୍ବର ଉସୁକାଉଛି, ସେ ବିଜେଡି, ବିଜେପି କିମ୍ବା କଂଗ୍ରେସ ଅଥବା ଯେକୌଣସି ଦଳର ହୋଇଥାଆନ୍ତୁ ନା କାହିଁକି ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଆଇନକୁ ତା କାମ କରିବା ପାଇଁ ଦିଆଯାଉ ବୋଲି କହିଛନ୍ତି ପ୍ରତାପ କେଶରୀ ଦେବ ।
Follow Us