ସୁସ୍ଥ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଆପୋଲୋ ହସ୍ପିଟାଲରେ ଚାଲିଛି ଚିକିତ୍ସା 

271

କନକ ବ୍ୟୁରୋ : ସୁସ୍ଥ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଆପୋଲ ହସ୍ପିଟାଲରେ ଚାଲିଛି ଚିକିତ୍ସା । ତାଙ୍କର ଦୁଇଟି ଆର୍ଟେରିରେ ବ୍ଲକେଜ ହୋଇଥିବା ଜଣାପଡ଼ିବା ପରେ ଗତକାଲି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କ ହୃତପିଣ୍ଡରେ ଦୁିଟି ଷ୍ଟେଂଟ ଲଗାଯାଇଥିବା ଜଣାପଡ଼ିଛି ।

ଏବେ ସେ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ ସୁତ୍ରରୁ ଜଣାପଡ଼ିଛି । ଗତକାଲି ଅପରାହ୍ନରେ ମନ୍ତ୍ରୀ ପତାପ ଜେନା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପରୀକ୍ଷା ପରେ ତାଙ୍କର ହୃତପିଣ୍ଡରେ ବ୍ଲକେଜ ହୋଇଥିବା ଜଣାପଡ଼ିଥିଲା । ବିଶିଷ୍ଠ ହୃଦରୋଗ ବିଶେଷଜ୍ଞ ଡ଼କ୍ଟର ପିସି ରଥ ଓ ଡ଼କ୍ଟର ବ୍ରଜରାଜ ଦାଶଙ୍କ ନେତୃତ୍ୱରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଷ୍ଟେଂଟ ଲଗାଯାଇଛି ।