କନକ ବ୍ୟୁରୋ: ବିିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନି । ମେଣ୍ଟ ହେଲେ କେଉଁ ଦଳକୁ କେଉଁ ଆସନ ମିଳିବ, ତାହା ମଧ୍ୟ ଜଣା ନାହିଁ । ନିର୍ବାଚନ ତାରିଖ ବି ଘୋଷଣା ହୋଇ ନାହିଁ । ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାଁ ବି ଘୋଷଣା ହୋଇ ନାହିଁ । ଏପରି ସମୟରେ ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବୟାନ ଚର୍ଚ୍ଚା ବଢ଼ାଇଛି । ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ । ପ୍ରଶାନ୍ତ ବେହେରାଙ୍କୁ ସାଲେପୁର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ପ୍ରତାପ ଜେନା ।
ଆଗାମୀ ନିର୍ବାଚନର ପ୍ରଶାନ୍ତ ଦଳ ପକ୍ଷରୁ ଲଢ଼ିବେ ଓ ନିଶ୍ଚିତ ଜିତିବେ ବୋଲି ପ୍ରତାପ ଦୃଢ଼ୋକ୍ତି କରିଛନ୍ତି । ଏପରିକି ପ୍ରଶାନ୍ତ ୫୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/17-9.jpg)